Letter to Your Sister telling Her to Help Mother in Her Work in Odia Language : In this article you will get ପାଠପଢ଼ିବା ସହିତ ଘରକାମରେ ମାଆଙ୍କୁ...
Letter to Your Sister telling Her to Help Mother in Her Work in Odia Language: In this article you will get ପାଠପଢ଼ିବା ସହିତ ଘରକାମରେ ମାଆଙ୍କୁ ସାହାଯ୍ୟ କରିବାକୁ ଉପଦେଶ ଦେଇ ସାନଭଉଣୀ ନିକଟକୁ ପତ୍ର ଲେଖ । Sana Bhauni Nikataku Patra in Odia
Letter to Your Sister telling Her to Help Mother in Her Work in Odia Language
ପାଠପଢ଼ିବା ସହିତ ଘରକାମରେ ମାଆଙ୍କୁ ସାହାଯ୍ୟ କରିବାକୁ ଉପଦେଶ ଦେଇ ସାନଭଉଣୀ ନିକଟକୁ ପତ୍ର ଲେଖ ।
ରାଣୀହାଟ, କଟକ
ତା.................
ଶ୍ରଦ୍ଧୟା ସାଇପ୍,
ମୋର ହାର୍ଦ୍ଦିକ ଶୁଭେଚ୍ଛା ଗ୍ରହଣ କରିବୁ । ଘରେ ବୋଉ ଓ ଜେଜେଙ୍କୁ ମୋର ଆଭ୍ରମ ପ୍ରଣାମ । ଗତ ଶନିବାର ଦିନ ତୋର ସେହି ସ୍ନେହବୋଳା ପତ୍ର ଖଣ୍ଡିକ ମୋର ହସ୍ତଗତ ହୋଇଥିଲେ ମଧ୍ୟ ମାସିକ ପରୀକ୍ଷା ଯୋଗୁଁ ଏକ ସପ୍ତାହ ହେଲା ମୁଁ ଭାବିଲେ ମଧ୍ୟ ଚିଠି ଲେଖୁବାକୁ ସମୟ ପାଇନି । ବର୍ତ୍ତମାନ ଲେଖୁଛି ।
ଦେଖ୍ ସାଇପ୍ତା, ଆମ ବାପା ଆମକୁ ଛାଡ଼ି ଆରପୁରକୁ ଚାଲିଯାଇଛନ୍ତି । ଜେଜେ ବୟସାକ୍ୟ ହେତୁ ବୋଉ ଉପରେ ନିର୍ଭର କରୁଛନ୍ତି । ଘରେ ପୁଣି ଗାଈଗୋରୁ । ମୁଁ ତ ବାହାରେ ରହି ପାଠ ପଢୁଛି । ତୁ ବୋଉ ପାଖରେ ରହିଛି । ନବମ ଶ୍ରେଣୀରେ ପଢ଼ିଲୁଣି । ଆଉ ପିଲା ହୋଇ ନାହୁଁ । ପାଠପଢ଼ା ସହିତ ବୋଉକୁ । ଦୈନନ୍ଦିନ କାମରେ ସହଯୋଗ କରୁଥିବୁ । ବୋଉ ତୋତେ କାମ କରିବାକୁ ବାରଣ କଲେ ମଧ୍ୟ ତୁ ହସି ହସି ତାକୁ ସାହାଯ୍ୟ କରିବୁ । ତୁ ଭଲ ଭାବରେ ଜାଣିଛୁ, ମା’ ମମତାମୟୀ । ପୁଅଝିଅମାନଙ୍କ ପ୍ରତି ତା’ର ଅସୀମ ତ୍ୟାଗ ରହିଛି । ତା’ଛଡ଼ା ଆମ ବୋଉ ବାପାଙ୍କ ଶୂନ୍ୟସ୍ଥାନ ମଧ୍ୟ ପୂରଣ କରୁଛି । ବାପା ଇହଧାମ ପରିତ୍ୟାଗ କଲା ଦିନରୁ ତାକୁ ରୋଗ ଲାଗିରହିଛି । ଘରେ ବୋଉର ଭଲମନ୍ଦ କଥା ବୁଝିବାକୁ କିଏ। ଅଛି କହିଲୁ ? ବୋଉର ଦୈହିକ ଦୁରବସ୍ଥାକୁ ଆଖି ଆଗରେ ରଖୁ ବୋଉକୁ ଘର ସଫେଇ,ବାସନମଜା, ପରିବାକଟା, ମସଲା ବଟାରେ କିଛି ସମୟ ସାହାଯ୍ୟ କରିବୁ ବୋଲି ଅନୁରୋଧ । ରବିବାର ଆଦି ଛୁଟି ଦିନମାନଙ୍କରେ କିଛି ରନ୍ଧାରନ୍ଧିରେ ଶିକ୍ଷାଲାଭ କଲେ ତୋତେ ପରଦିନମାନଙ୍କରେ ପ୍ରଶଂସା ମିଳିପାରିବ । କିଛି ବାହାନା ବା ଆଳ ଦେଖାଇ ବୋଉକୁ ସାହାଯ୍ୟ ନକରିବା ନିଶ୍ଚୟ ତୋ’ ପାଇଁ କ୍ଷତିକାରକ ହେବ । ତେଣୁ ପରିବାରରେ ବୋଉକୁ ସାହାଯ୍ୟ କରିବା ଶିଖିଲେ ବାହାର ଦୁନିଆରେ ତୁ ଅନ୍ୟକୁ ସାହାଯ୍ୟ କରିବା ପାଇଁ ସମର୍ଥ ହେବୁ। ପାଠପଢ଼ା ସହିତ ଗୃହକର୍ମ ନିପୁଣା ହୋଇଯିବୁ, ନଚେତ୍ ତୋ’ ଜୀବନ କଷ୍ଟକର ହୋଇଯିବ । କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଭାଷାରେ :
‘ସ୍ବର୍ଗଠାରୁ ବଡ଼ ଜନ୍ମଭୂମି ଓ ଜନନୀ
ପୂଜିବି ତାହାକୁ ନିତି ଠାକୁରାଣୀ ମଣି ।”
ଆସୁଥିବା ଖରାଦିନ ଛୁଟିରେ ମୁଁ ଗାଁକୁ ଯିବି । ଆଉ ଶୁଣ ଧନ ! ବୋଉ ପ୍ରତି ତୋର ଆକୁ ସାହାଯ୍ୟ ମୋତେ ଅତ୍ୟନ୍ତ ଖୁସି କରେଇବ । ତୋ’ପାଇଁ ଗୋଟେ ଭଲ ଉପହାର ନେଇକରି ଯିବି ।
ଇତି
ତୋର ଶୁଭାକାଂକ୍ଷୀ
ବଡ଼ଭାଇନା
ଠିକଣା ଡାକ ଚିକେଟ୍
ପ୍ରେରକ: ପ୍ରାପକ :
ସାଇପ୍ରସାଦ ମହାନ୍ତି ସୁଶ୍ରୀ ସାଇପ୍ ମହାନ୍ତି
ରାଣୀହାଟ ହାଇସ୍କୁଲ ମାର୍ଫତ : ବିକ୍ରମକେଶରୀ ମହାନ୍ତି
ସା: ରାଣୀହାଟ ଗ୍ରା: ମାର୍କୋଣା
ଜି: କଟକ ପୋ: ସିମୁଳିଆ
ପିକୋଡ୍ : ଜି : ବାଲେଶ୍ବର
ପିକୋଡ୍ :
COMMENTS