Letter to Your Friend about Durga Puja Vacation in Odia Language : In this article you will get ଦୁର୍ଗାପୂଜା ଛୁଟିରେ ବର୍ଣ୍ଣନା କରି ସାଙ୍ଗ ନିକଟକୁ...
Letter to Your Friend about Durga Puja Vacation in Odia Language: In this article you will get ଦୁର୍ଗାପୂଜା ଛୁଟିରେ ବର୍ଣ୍ଣନା କରି ସାଙ୍ଗ ନିକଟକୁ ଏକ ପତ୍ର ଲେଖ । Durga Puja Bornona Karuthiba Sanga Nikataku Patra in Odia
Letter to Your Friend about Durga Puja Vacation in Odia Language
ଦୁର୍ଗାପୂଜା ଛୁଟିରେ କଟକରେ ଥିବା ତୁମ ମାମୁ ଘରକୁ ବୁଲିଯାଇଥିବା ସମୟର ଅନୁଭୂତି ବର୍ଣ୍ଣନା କରି ସାଙ୍ଗ ନିକଟକୁ ଏକ ପତ୍ର ଲେଖ ।
ସିନାପଲ୍ଲୀ
ତା..........
ପ୍ରିୟ ଶରତ,
ମୋର ଶୁଭେଚ୍ଛା ନେବୁ । ଘରେ ମଉସା ମାଉସୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ତୋ’ ପାଖକୁ ମୋର ଦୁର୍ଗାପୂଜାର ଅନୁଭୂତି ସମ୍ପର୍କରେ କିଛି ଲେଖୁଛି ।
ଦୁର୍ଗାପୂଜା ଛୁଟି ଆନ୍ସିଲା । ମୁଁ ସେହିଁ ଛୁଟିକୁ ଚାତିକ ପରି ଅନେଇ ରହିଥିଲି । ତୁ ତ ଜାଣିଛୁ ମୋ’ ମାମୁଙ୍କ ଘରୁ କଟକରେ । ମୁଁ କଟକରେ ଦୁର୍ଗାପୂଜା ଦେଖିବାର ସୁଯୋଗକୁ ହାତଛଡ଼ା କରିବି କାହିଁକି ? ମାମୁ ମୋତେ ଆସି ନେଇଗଲୌ । ଆନନ୍ଦରେ ମୋ’ ଗୋଡ଼ ତଳେ ଲାଗୁନଥାଏ । ଆମେ ମହାସପ୍ତମୀ ଦିନ କଟକ ସହରରେ ସନ୍ଧ୍ୟାରେ ପହଞ୍ଚିଲୁ । ମାମୁଙ୍କ ଘର କଲ୍ୟାଣୀ ନଗରରେ । ତେଣୁ ମହା ଅଷ୍ଟମୀ ଦିନ ଆମେ ସଜବାଜ ହୋଇ ଦୁର୍ଗାମେଢ଼ ଦେଖି ବାହାରି ପଡ଼ିଲୁ । କଟକ ସହରର ଚିକମିକ୍ ଆଲୋକ ରୂପ ଯେ ଦେଖିବ, ସେ ଅତ୍ୟନ୍ତ ଆନନ୍ଦରେ ନାଚିଉଠିବ। ଯେମିତି ସତକୁ ସତ ମାଆଙ୍କ ଜୀବନ୍ତ ମୂର୍ତ୍ତି । ହାରମାଳରେ ମା’ଦୁର୍ଗା ବିମଣ୍ଡିତ୍ରା । ବିଦ୍ୟୁତ୍ ଆଲୋକର ଅତ୍ୟନ୍ତ ହୃଦୟସ୍ପର୍ଶୀ ନୃତ୍ୟ, ବିଭିନ୍ନ ବାଦ୍ୟ ସ୍ବରର ମୂଚ୍ଛନା ଭଳିକି ଭଳି ଟାହିଆର ଚମତ୍କାରିତା ଓ ଦୁର୍ଗାମଣ୍ଡପ ଆଗରେ ନଭ୍ରଚୁମୀ ତୋରଣ ସୁନାରୁପା ମେଢ଼ ମୋତେ ସ୍ତବ୍ଧ କରିଦେଲା । ଓଡ଼ିଶାରେ ଆମ ଦୁର୍ଗାପୂଜାରୁ ମାନ୍ୟତା ରହିଛି । କବି ରାଧାନାଥଙ୍କ ଭାଷାରେ; ‘ସୁନ୍ଦରେ ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।’ ଟିକିଏ ହେଲେ କ୍ଲାନ୍ତ ଲାଗୁ ନଥାଏ । ନୂଆ ଜାମା ପ୍ୟାଣ୍ଟ, ଜୋତା ସବୁକିଛି ମାମୁ କିଣି ଆଣିଲେ । ଦଶହରା ପାଇଁ ସର୍ମସ୍ତଙ୍କଠାରୁ ହାତଖର୍ଚ୍ଚ ବି ମିଳିଗଲା । ବୁଲାବୁଲି କରି ଠୁଙ୍କାପୁରୀ, ଚାର୍ଟ ଖାଇ ରାତି ଅଧକୁ ଘରକୁ ଫେରିଲୁ । ତୁ ଦୁର୍ଗା ପୂଜା ଛୁଟିରେ କେଉଁଆଡ଼େ ଯାଇଥିଲୁ ଲେଖି ଜଣାଇବୁ, ରହିଲି । | ପ୍ରାୟ ସପ୍ତମୀଠାରୁ ପ୍ରତିଦିନ ପୂଜାମଣ୍ଡପ ନିକଟରେ ଭଜନ କାର୍ଯ୍ୟକ୍ରମ ଓ ମେଲୋଡ଼ି ଭାରି ଭଲ ଲାଗିଲା । ତୁ କିପରି ପୂଜା ଛୁଟି କଟାଇଲୁ ଲେଖୁବୁ ।
ଇତି
ତୋର ଅନ୍ତରଙ୍ଗ ବନ୍ଧୁ
ସନତ୍
ଠିକଣା ଡାକ ଚିକେଟ୍
ପ୍ରେରକ: ଗ୍ରାହକ :
ସନତ୍ କୁମାର ମିଶ୍ର ଶରତ କୁମାର ଚୌଧୁରୀ
ଗ୍ରା : ସିନାପଲ୍ଲୀ ମାର୍ଫତ୍ : ରବିନାରାୟଣ ଚୌଧୁରୀ
ପୋ : ସିନାପଲ୍ଲୀ । ଗ୍ରା: ବାରିଣୀପୁଟ, ଜୟପୁର
ଜିଲ୍ଲା : କୋରାପୁଟ ଜି : ନବରଙ୍ଗପୁର
ପିନ୍କୋଡ୍: ପିନ୍କୋଡ୍:
COMMENTS