Letter to Younger Brother to Read Newspaper Daily in Odia Language : In this article you will get ଦୈନିକ ଖବରକାଗଜ ପଢ଼ିବା ପାଇଁ ସାନ ଭାଇଙ୍କୁ ପତ୍...
Letter to Younger Brother to Read Newspaper Daily in Odia Language: In this article you will get ଦୈନିକ ଖବରକାଗଜ ପଢ଼ିବା ପାଇଁ ସାନ ଭାଇଙ୍କୁ ପତ୍ର । Sana bhai Nikataku Patra in Odia
ଦୈନିକ ଖବରକାଗଜ ପଢ଼ିବା ପାଇଁ ସାନ ଭାଇଙ୍କୁ ପତ୍ର । Letter to Younger Brother to Read Newspaper Daily in Odia Language
ଖବରକାଗଜ ବା ସମ୍ବାଦପତ୍ର ପଠନର ଉପକାରିତା ବୁଝାଇ ସାନଭାଇ । ନିକଟକୁ ଖଣ୍ଡିଏ ପତ୍ର ଲେଖ ।
ଭଦ୍ରକ
ତା.........
କଲ୍ୟାଣୀୟ ବାବୁ,
ସୁଦୁରରୁ ମୋର ଶୁଭାଶିଷ ଗ୍ରହଣ କରିବୁ । ଆମେ ଏଠାରେ ସପରିବାର କୁଶଳରେ ଅଛୁ । ତୋ’ ଶରୀର ସୁସୁଥିବାର ଖବର ପାଇଛି । ଶୁଣି ଅତି ଖୁସି ଲାଗିଲା ଯେ ତୁ ଏବର୍ଷ ଅଷ୍ଟମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧୁକାର କରିଛୁ । କିନ୍ତୁ ପାଠ ଛଡ଼ା ତୋତେ ବାହାର ଦୁନିଆ ବିଷୟରେ କିଛି ଜାଣିବାକୁ ହେବ । ତେଣୁ ଖବରକାଗଜ ବା ସମ୍ବାଦପତ୍ର ପଠନର ଆବଶ୍ୟକତା ବିଷୟରେ ଲେଖୁଛି ।
ବାବୁ, ବର୍ତ୍ତମାନ ଯୁଗକୁ ଖାପ ଖୁଆଇ ଚାଲିବାକୁ ହେଲେ ଏ ଦୁନିଆ ବିଷୟରେ ଅନେକ ଜ୍ଞାନ ଆହରଣ କରିବାକୁ ପଡ଼ିବ । ନଚେତ୍ ତୁ ବିଭିନ୍ନ ପ୍ରତିଯୋଗିତାରେ ପଛୁଆ ପଡ଼ିଯିବୁ । କିଏ କହିବ, ତୁ କାଲି ଭାରତୀୟ ପ୍ରାଶାସନିକ ସେବାରେ ଉତ୍ତୀର୍ଣ୍ଣ ନହେବୁ ! ତୁ କାଲି ଡାକ୍ତର, ଇଞ୍ଜିନିୟର କିମ୍ବା ଅଧ୍ୟାପକ ସର୍ବୋପରି ଉତ୍ତମ ନାଗରିକ ଟିଏ ହେବାକୁ ହେଲେ ବାହ୍ୟ ଜ୍ଞାନର ଆବଶ୍ୟକତା ଏକାନ୍ତ ଅପରିହାର୍ଯ୍ୟ । ଦୈନିକ ଖବର କାଗଜ ଓଡ଼ିଆ, ଇଂରାଜି, ହିନ୍ଦୀ ଓ ବିଭିନ୍ନ ପ୍ରାଦେଶିକ ଭାଷାରେ ପ୍ରକାଶିତ ହେଉଛି । ସେଥିରେ ସାରା ପୃଥିବୀର ସମ୍ବାଦ ପ୍ରକାଶ ପାଉଛି । ଜିଜ୍ଞାସା ଥିଲେ ସବୁ ହାତ ପାଖରେ ପହଞ୍ଚିଯିବ । ତୁମ ବିଦ୍ୟାଳୟକୁ ଖବର କାଗଜ ଆସୁଥିବ । ମଧାହ୍ନ ଭୋଜନ ବିରତି ସମୟରେ ତୁ ଖବରକାଗଜ ପଢ଼ିନେବୁ । ଖଣ୍ଡିଏ ଖାତା କରି ପାଖରେ ରଖିଥିବୁ । ଯେଉଁ ତଥ୍ୟ ଗୁଡ଼ିକ ତୋତେ ନୂଆ ନୂଆ ଲାଗିବ ତାକୁ ସେଥିରେ ଲେଖିଦେବୁ । ଏହା ଏକ ସୁଅଭ୍ୟାସ । ତୁ ନିଜେ ଦେଖିଚୁ ଆମ ବାପା ପ୍ରତିଦିନ ଖବର କାଗଜ ପଢ଼ିବା ପାଇଁ କିପରି ଆଗ୍ରହ ପ୍ରକାଶ କରନ୍ତି । ଗୋଟେ ଦିନ ଖବରକାଗଜ ଆସିବା ଡେରି ହେଲେ ସେ ବ୍ୟସ୍ତ ହୋଇପଡ଼ନ୍ତି । ଆମ ବାପା ଜଣେ ବ୍ୟାଙ୍କ ମ୍ୟାନେଜର । ସେ ତ ଅଫିସରେ ପଢ଼ିପାରନ୍ତେ କିନ୍ତୁ ସେ ଆମଘରେ ପ୍ରଥମେ ଓଡ଼ିଆ ଓ ପରେ ଇଂରାଜି ଖବରକାଗଜଟି ପଢ଼ନ୍ତି । ତା’ଛଡ଼ା ଖବରକାଗଜରେ ସାହିତ୍ୟ, ବିଜ୍ଞାନ, ସ୍ବାସ୍ଥ୍ୟ, ଖେଳ ଓ ପିଲାଙ୍କ ପାଇଁ ସମ୍ବାଦ ସ୍ଵତନ୍ତ୍ର ଫର୍ଦ୍ଦରେ ବାହାରୁଛି । ତୁ ସେଥିରୁ ଅନେକ ଜ୍ଞାନ ଲାଭ କରି ନିଜ ଜ୍ଞାନର ପରିସୀମା ବୃଦ୍ଧି କରିପାରିବୁ । ଦେଖ୍ ବାବୁ, ମୁଁ ଆଜି ବି.ଏ. ପାସ୍ କରି ଘରେ ବସିଛି । ଚାକିରି ପାଉନି କାରଣ ମୋର ପୋଥଗତ ଜ୍ଞାନର ଅଭାବ ନାହିଁ ମାତ୍ର ବାହାର ଦୁନିଆ ବିଷୟରେ କହିବାକୁ ଗଲେ ଅଜ୍ଞ ପ୍ରାୟ । ତେଣୁ ବର୍ତ୍ତମାନର ପ୍ରତିଯୋଗିତାରେ ମୁଁ ପଛୁଆ ହୋଇଯାଇଛି । ତୁ ପରା ଆମର ଏକୋଇର ବଳା ବିଶିକେଶନ ! ତିନି ଭଉଣୀରେ ଗୋଟିଏ ଭାଇ । ତୋ’ ଉନ୍ନତି ଆମ ସମସ୍ତଙ୍କର କାମ୍ୟ । ମୋର ଆଶା ଓ ବିଶ୍ୱାସ ତୋ ବଡ଼ଭଉଣୀ କଥା ତୁ ନିଶ୍ଚୟ ରଖିବୁ ।
ଇତି
ତୋର ଶୁଭାକାଂକ୍ଷୀ
ବଡ଼ିଅପା
ଠିକଣା ଡାକ ଚିକେଟ୍
ପ୍ରେରକ: ପ୍ରାପକ :
ସୁଶ୍ରୀ ପ୍ରଜ୍ଞାପାରମିତା ଦାଶ ଶ୍ରୀମାନ୍ ଗୌରବ ରଞ୍ଜନ ଦାଶ
ମାଫିତ୍ : କମଳାକାନ୍ତ ଦାଶ ବଚ୍ଛଦା ହାଇସ୍କୁଲ, ବଚ୍ଛାଦା
ପୋ: ସାନକୃଷ୍ଣପୁର ପୋ: ଜଗନ୍ନାଥପୁର
ଜି : ଭଦ୍ରକ ଜି: ବାଲେଶ୍ବର
ପିକୋଡ୍ : ପିକୋଡ୍ :
COMMENTS