Letter to Younger Brother Advising Him Not to Eat Fast Food in Odia Language : In this article you will get ଖାଦ୍ୟ ଓ ଦୂଷିତ ଜଳ ପାନ ନ କରିବା ପା...
Letter to Younger Brother Advising Him Not to Eat Fast Food in Odia Language: In this article you will get ଖାଦ୍ୟ ଓ ଦୂଷିତ ଜଳ ପାନ ନ କରିବା ପାଇଁ ଉପଦେଶଦେଇ ସାନଭାଇ ନିକଟକୁ ପତ୍ର ଲେଖ । Sana Bhai Nikataku Patra in Odia
Letter to Younger Brother Advising Him Not to Eat Fast Food in Odia Language
ବାହାରର ଅସ୍ବାସ୍ଥ୍ୟକର ଖାଦ୍ୟ ଓ ଦୂଷିତ ଜଳ ପାନ ନ କରିବା ପାଇଁ ଉପଦେଶଦେଇ ସାନଭାଇ ନିକଟକୁ ପତ୍ର ଲେଖ ।
ଉତ୍ତର :
ସହିଦନଗର ଉଚ୍ଚ ବିଦ୍ୟାଳୟ
ତା............
କଲ୍ୟାଣୀୟ ବାବୁନା,
ମୋର ଶୁଭାଶିଷ ଗ୍ରହଣ କରିବୁ । ବାପାବୋଉଙ୍କୁ ମୋର ଆଭୂମ ପ୍ରଣାମ ଜଣାଇଦେବୁ । ମାଆ ତାରିଣୀଙ୍କ କରୁଣାରୁ ତୁ ସେଠାରେ ଭଲରେ ଥିବୁ । ତୋର ବହୁ ସମୟରେ ଝାଡ଼ାବାନ୍ତି ହେଉଛି ବୋଲି ଗତକାଲି ବୋଉ ଦେଇଥିବା ଚିଠିରୁ ଜାଣିବାକୁ ପାଇଲି । ତା’ର ନିରାକରଣ ପାଇଁ ପତ୍ରଟି ଲେଖିଛି ।
ବାବୁନା, ତୁ ଦଶମ ଶ୍ରେଣୀରେ ପଢ଼ିଲୁଣି । ତୁ ନିଜେ ନିଜେ ନିଜର ଯନ୍ ନେବା ପାଇଁ ଶିକ୍ଷା କରିବା ଦରକାର । ତୁ ତ ମୋର ଗେହ୍ଲା ଭାଇ । ବାରମ୍ବାର । ତୋ’ ଦେହ ଖରାପ ରହିଲେ ମୋ’ ମନ ଭାଙ୍ଗିପଡ଼ୁଛି । ମୋ’ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ତୋ’ ଶରୀର ସୁସ୍ଥ ପାଇଁ ତୁ ବାହାର ରନ୍ଧାଖାଦ୍ୟ ଓ ଦୂଷିତ ପାଣି ପିଇବା ଉଚିତ୍ ନୁହେଁ । ଗୁପଚୁପ, ଚାର୍ଟ, ଚାଉମିନ୍ ଭଳି ବାହାରେ ମିଳୁଥିବା ଅସ୍ବାସ୍ଥ୍ୟକର ଖାଦ୍ୟ ଦେଖିଲେ ତୋ’ ପାଟିରୁ ଲାଳ ଗଡୁଥିବ । ବୋଉକୁ ଫୁସୁଲେଇ ଏଗୁଡ଼ିକ ଖାଇଦେଉଥିବୁ । ତା'ଛଡ଼ା ବାହାରେ ବିକ୍ରିହେଉଥିବା ପିଆଜି ପକୁଡ଼ି, ବରା, ଆଳୁଚପ୍, ସିଙ୍ଗଡ଼ା ଇତ୍ୟାଦି ଛଣାଛଣି ଜିନିଷ ପ୍ରତି ତୋର ଆକର୍ଷଣ ମଧ୍ୟ କମ୍ ନୁହେଁ । ମୋର ମଧ୍ୟ ଏହି ଖାଦ୍ୟ ପ୍ରତି ବେଶ୍ ଆକର୍ଷଣ ଥିଲା । ସେଥିପାଇଁ ମୋ’ ପେଟ ବାରମ୍ବାର ଖରାପ ହେଉଥିଲା । ସେ ସବୁ ଖାଦ୍ୟଠାରୁ ମୁଁ ବର୍ତ୍ତମାନ ବହୁତ ଦୂରରେ । ଘରେ ଭଲ ତେଲରେ ଭଲ ଜିନିଷ ଛଣାଛଣି କରି ଖାଅ । ବାହାରେ ଖାଇବା ପାଇଁ ଜିଦ୍ ଧରିବୁନାହିଁ । ଆମ ବୋଉ ଘରେ ସବୁ ତିଆରି କରିପାରିବ । ଘରରନ୍ଧା ଖାଦ୍ୟ ତୋତେ ରୁଚେନା। ବାହାର ଖାଦ୍ୟରେ କେତେ ଧୂଳି ଉଡ଼ି ପଶୁଛି ଜାଣିଛୁ ? ଟି.ଭି.ରେ କିପରି ବାହାରେ ବିକ୍ରିହେଉଥିବା ଖାଦ୍ୟ ଜିନିଷର ଅପକାରିତା ଦର୍ଶାଯାଉଛି ତାହା ଦେଖୁନୁକି ? ତା'ଛଡ଼ା ବର୍ଭମାନ ବର୍ଷାରତୁ । ସବୁ ଆଡ଼େ ପାଣି, ପଙ୍କ । ମାଛି ଭଣଭଣ ହେଉଛନ୍ତି । ମାଛି ବସିବା ଖାଦ୍ୟ ଖାଇଲେ ଝାଡ଼ାବାନ୍ତି ହେବ । ନିଶ୍ଚିତ । ତୁ ଆମ କୂଅପାଣି ଫୁଟେଇ ଥଣ୍ଡା କରି ପିଇବୁ । ବୋତଲରେ ଭରି ସ୍କୁଲକୁ ଗଲାବେଳେ ନେବୁ । ବାହାରେ କେବେ ପାଣିପିଇବୁ ନାହିଁ । ଦୂଷିତ ଖାଦ୍ୟପରି ଦୂଷିତ ଜଳ ମଣିଷର ବଡ଼ ଶତ୍ରୁ । ଓଧ ସାଥରେ ବଣଭୁଆ ବାଇ’ ପରି ସାଙ୍ଗମାନେ ଖାଉଛନ୍ତି ବୋଲି ତୁ ଖାଇବାକୁ ଦଉଡ଼ିବୁନି । ମୁଁ କେବେ ବାହାର ଖାଦ୍ୟ ଖାଉନାହିଁ । ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବୁ ମୋତେ ଗୋଟେ ସାଙ୍ଗ ଏପରି ଖାଦ୍ୟ ଖାଇବାକୁ ବାରମ୍ବାର ବଳାଉଥିଲା, କଟୁ ମନ୍ତବ୍ୟ ଦେଲା । ମୁଁ ତା’ ସାଙ୍ଗ ଛାଡ଼ିଦେଲି ପଛେ ଖାଇଲି ନାହିଁ । ମୋ’ କଥା ତୁ ନିଶ୍ଚୟ ମାନି ଚଳିବୁ ବୋଲି ମୋର ଗେହ୍ମା ଭାଇ ଉପରେ ମୋର ଦୃଢ଼ ବିଶ୍ୱାସ । ଆସନ୍ତା ପୂଜା ଛୁଟି ହେଲେ ମୁଁ ଘରକୁ ଯିବି । ବାବୁନା ରହିଲି ।
ଇତି
ତୋର ଶୁଭାକାଂକ୍ଷୀ
ଭ୍ରାତାଆର୍ଯ୍ୟ
ଠିକଣା ଡାକ ଚିକେଟ୍
ପ୍ରେରକ: ପ୍ରାପକ :
ଆର୍ଯ୍ୟପ୍ରକାଶ ସାହୁ ସୂର୍ଯ୍ୟପ୍ରକାଶ ସାହୁ
ସ୍ଥାନ: ସହିଦନଗର ଉଚ୍ଚ ବିଦ୍ୟାଳୟ ମାର୍ଫତ: ଲଳିତ କୁମାର ସାହୁ
ପୋ: ସହିଦନଗର ସା: ଜୟପୁର
ଭୁବନେଶ୍ବର ପୋ: ଜୟପୁର
ଜି: ଖୋର୍ଦ୍ଧା ଜି : ନବରଙ୍ଗପୁର
ପିକୋଡ୍ : ପିକୋଡ୍ :
COMMENTS