Letter to Younger Brother about Road Safety in Odia Language : In this article you will get ରାସ୍ତାର ନିୟମ ମାନି ଉପଦେଶ ଦେଇ ସାନଭାଇ ନିକଟକୁ ପତ୍ର ...
Letter to Younger Brother about Road Safety in Odia Language: In this article you will get ରାସ୍ତାର ନିୟମ ମାନି ଉପଦେଶ ଦେଇ ସାନଭାଇ ନିକଟକୁ ପତ୍ର ଲେଖ । Sana Bhai Nikataku Patra in Odia
Letter to Younger Brother about Road Safety in Odia Language
ରାସ୍ତାର ନିୟମ ମାନି ସାଇକେଲ ଧୀରେ ଚଳାଇବା ପାଇଁ ଉପଦେଶ ଦେଇ ସାନଭାଇ ନିକଟକୁ ପତ୍ର ଲେଖ । ଉତ୍ତର :
ଭୁବନେଶ୍ଵର
ତା.....
ଆୟୁଷ୍ଠାନ ରାକେଶ,
ମୋର ଶୁଭେଚ୍ଛା ଗ୍ରହଣ କରିବୁ । ଘରେ ବାପା ଓ ବୋଉଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ବୋଉ ଦେଇଥିବା ଚିଠିଟି କାଲି ପାଇଛି । ବୋଉ ଲେଖୁଥଲା ଯେ, ତୁ ସାଇକେଲରୁ ପଡ଼ି ଖଣ୍ଡିଆ ଖାବରା ହୋଇଯାଇଛୁ । ମୋତେ ଏହା ଜାଣି । ଅତ୍ୟନ୍ତ ଦୁଃଖ ଲାଗିଲା ।
ରାକେଶ, ତୁ ଆଉ ସାନପିଲା ହୋଇ ନାହୁଁ । ନବମ ଶ୍ରେଣୀରେ ପଢ଼ିଲୁଣି । ସାଇକେଲ ଚଢ଼ି ବିଦ୍ୟାଳୟକୁ ଯିବାକୁ ଜିଦ୍ ଧରିଲୁ । ବଡ଼ ମାମୁ ତୋ’ ଜନ୍ମଦିନକୁ ଗୋଟେ ହରକୁଲସ୍ ୨ ୨ ଇଞ୍ଚିଆ ସାଇକେଲ୍ ଆଣିଦେଲେ । ସାଇକେଲ ଚଲେଇଲା। ବେଳେ ତୋତେ ଅନେକ କଥା ମନେ ରଖିବାକୁ ପଡ଼ିବ । ଆମ ରାସ୍ତା ତିଆରି ହୋଇନି । ଖାଲ, ଢିପ ଅଛି । ତୁ ତ’ ପବନ ବେଗରେ ସାଇକେଲ ଚଳାଇ ସାଙ୍ଗମାନଙ୍କ ସାଥିରେ ପ୍ରତିଯୋଗିତା କରୁଥିବୁ । ନୂଆ ସାଇକେଲଟିଏ ପାଇଲେ କେତେ ଆଗ୍ରହ ମନରେ ଜାଗିଉଠେ ତାହା ମୁଁ ଯେତେବେଳେ ନୂଆ ସାଇକେଲଟିଏ ମୋ’ ଜନ୍ମଦିନକୁ ଦାଦାଙ୍କ ଦ୍ଵାରା ଉପହାର ପାଇଥିଲି ଜାଣିଛି । କାହିଁ ମୋ’ ଚଲେଇବାରେ ତ କିଛି ଅସୁବିଧା ହୋଇନି। ଧୀରେ ଧୀରେ ନିଜ ଆୟତ୍ତରେ ରଖ୍ ସାଇକେଲ ଚଲେଇଲେ, ସାଇକେଲରୁ ପଡ଼ିବୁ କାହିଁକି ? ବୋଉ କହୁଥିଲା ତୁ କୁଆଡ଼େ ଧୀରେ ଧୀରେ ଚଲଉଥିଲୁ, ତୋ’ ସାଙ୍ଗ ଆଣି ତୋ’ ଦେହରେ ମାଡ଼ କରିଦେଲା । ଏହା ସମ୍ପୂର୍ଣ୍ଣ ମିଛ କଥା । ତୁ ବାପାଙ୍କ ଠାରୁ ରକ୍ଷାପାଇବା ପାଇଁ ଏ ମନଗଢ଼ା କାହାଣୀ କହିଛୁ । ସତ କହୁଛି । ରାକେଶ, ତୋ’ ଦୁଷ୍ଟାମି ଦିନକୁ ଦିନ ବଢ଼ିବାରେ ଲାଗିଛି । ତୁ ଏ ଚିଠିପଢ଼ି ରାଗିଯିବଣି । ଚିଠି ଶେଷ ପର୍ଯ୍ୟନ୍ତ ପଢ଼ିବାକୁ ତୋତେ ଅନୁରୋଧ କରୁଛି । ତୁ ଯଦି ବୟସ୍କଲୋକଙ୍କ ର୍କଥା ନ ମାନିବୁ ବିଶେଷକରି ବାପା ଓ ବୋଉଙ୍କ କଥା ଯଦି ନଶୁଣିବୁ ତେବେ ତୁ ଅତ୍ୟନ୍ତ ଅମଣିଷଟିଏ ହୋଇ ବାହାରିବୁ । କାରଣ ମାନବ ଶିଶୁ ନିଜ ପରିବାରରୁ ଆଚାର, ବ୍ୟବହାର ଶିକ୍ଷା କରିଥାଏ । ଖାଲି ଭଲ ପାଠପଢ଼ି ଦେଲେ କି ଭଲ ନମ୍ବର ରଖିଦେଲେ ହେବନାହିଁ । ମଣିଷପଣିଆ ଭିତରେ ଉତ୍ତମ ଆଚାର ବ୍ୟବହାର ଓ ଗୁଣ ରହିଛି । ଆଉ ଶୁଣ, ସାଇକେଲ ବାମପଟ ରାସ୍ତାରେ ଚଲେଇବୁ । ପୁଣି ସ୍କୁଲରୁ ଫେରିଲା ବେଳେ ବାମ ପଟରେ ଆସିବୁ । ରାସ୍ତା ମଝିରେ କେବେ ଚଳେଇବୁ ନାହିଁ । ସୁନାଭାଇଟା ମୋର, ମୋ’ ଅନୁରୋଧ ଟିକିଏ ମନେରଖିବୁ । ଦେଖୁନୁ, ତୁ ଖଣ୍ଡିଆ ହୋଇ ସ୍କୁଲ ଯିବା ବନ୍ଦ କଲୁ, ଶରୀରରେ କଷ୍ଟ ପାଇଲୁ । ସେମିତିଆ ଚଲେଇବୁ ନାହିଁ । ରହିଲି ।
ଇତି
ତୋର ବଡ଼ଭାଇ
ରାଜେଶ
ଠିକଣା ଡାକ ଚିକେଟ୍
ପ୍ରେରକ: ଗ୍ରାହକ :
ରାଜେଶକୁମାର ମିଶ୍ର ରାକେଶ କୁମାର ମିଶ୍ର
ବି.ଜେ.ବି.ଜୁନିୟର ମହାବିଦ୍ୟାଳୟ ମାର୍ଫତ: ସତ୍ୟସୁନ୍ଦର ମିଶ୍ର
ଛାତ୍ରାବାସ ଗ୍ରା/ପୋ: ନରସିଂହପୁର
ଭୁବନେଶ୍ବର ଜି: ସୁବର୍ଣ୍ଣପୁର
ଜି: ଖୋର୍ଦ୍ଧା ପିନ୍କୋଡ୍ :
ପିନ୍କୋଡ୍ :
COMMENTS