Letter to Friend Requesting Him Not to Take Food from Strangers during Journey in Odia Language : In this article you will get ରେଳଗାଡ଼ିରେ ଯ...
Letter to Friend Requesting Him Not to Take Food from Strangers during Journey in Odia Language: In this article you will get ରେଳଗାଡ଼ିରେ ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଖାଦ୍ୟ ପଦାର୍ଥ ଗ୍ରହଣ ନ କରିବାକୁ ଅନୁରୋଧ କରି ସାଙ୍ଗ ନିକଟକୁ ପତ୍ର ଲେଖ । Sanga Nikataku Patra in Odia.
Letter to Friend Requesting Him Not to Take Food from Strangers during Journey in Odia Language
ରେଳଗାଡ଼ିରେ ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଖାଦ୍ୟ ପଦାର୍ଥ ଓ ବୁଲା ବିକାଳିଙ୍କଠାରୁ ଖାଦ୍ୟଦ୍ରବ୍ୟ ଗ୍ରହଣ ନ କରିବାକୁ ଅନୁରୋଧ କରି ସାଙ୍ଗ ନିକଟକୁ ପତ୍ର ଲେଖ ।
କେନ୍ଦ୍ରାପଡ଼ା
ତା.................
ପ୍ରିୟ ପ୍ରଭାସିନୀ,
ମୋର ଆନ୍ତରିକ ଶୁଭେଚ୍ଛା ଓ ହାର୍ଦିକ ସଦିଚ୍ଛା ଗ୍ରହଣ କରିବୁ । ମଉସା ମାଉସୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବୁ । ତୁ ଲେଖିଥଲୁ ଆଉ ମାତ୍ର ଅଳ୍ପଦିନପରେ ତୋ’ ମାମୁଘର ଦିଲ୍ଲୀ ଅଭିମୁଖେ ରେଳଗାଡ଼ିରେ ନୀଳାଚଳ ଏକ୍ସପ୍ରେସ୍ରେ ଯାତ୍ରା କରିବୁ । ଗାଡ଼ି ଭିତରେ ଅପରିଚିତ ବ୍ୟକ୍ତିମାନଙ୍କଠାରୁ ଖାଦ୍ୟ ଗ୍ରହଣ ନ କରିବା ପାଇଁ କିଛି ଉପଦେଶ ଦେଉଛି । ଆଶା ସତର୍କ ରହିବୁ ।
ପ୍ରଭା ! ମୁଁ ଅତ୍ୟନ୍ତ ଖୁସି ଯେ, ଖରାଦିନ ଛୁଟି ତୁ ତୋ’ ମାମୁ ଘର ଦିଲ୍ଲୀରେ କଟେଇବୁ । ଅନେକ ଆକର୍ଷଣୀୟ ସ୍ଥାନ ବୁଲି ଦେଖୁବୁ । ପାର୍ଲାମେଣ୍ଟ ଭବନ, କୁତବମିନାର, ଲୋଟସ ଟେମ୍ପଲ, ଯନ୍ତରମନ୍ତର, କାଲ୍କାଜୀ ମନ୍ଦିର ଏମିତି କେତେ କ’ଣ ? ଆହା, ମୋତେ ଟିକିଏ ଏହି ଭାଗ୍ୟ ମିଳନ୍ତା କି ? ଛାଡ଼ ସେକଥା । ଭବିଷ୍ୟତ କହିବ । ତୋତେ ଆଗରୁ ସତର୍କ କରାଇଦେଉଛି ଯେ, ତୁ ବାହାର ଖାଦ୍ୟ ପଦାର୍ଥ କୌଣସି ଅପରିଚିତ ବ୍ୟକ୍ତି ବିଶେଷ କିମ୍ବା ବୁଲା ବିକାଳିଙ୍କଠାରୁ କେବେ ଗ୍ରହଣ କରିବୁ ନାହିଁ । ଏକୁଟିଆ ଗାଡ଼ି ଡବାରୁ ବାହାରି କେଉଁ ଆଡ଼େ ଯିବୁନାହିଁ । ଏବେ ଅନେକ ସମୟରେ ଦେଖାଯାଉଛି ଯେ, କିଛି ଖରାପ ଲୋକ ମିଛ ବାହାନା କରି ବାହାରକୁ ଭଦ୍ରଲୋକ ଭଳି ଦେଖାଇ ଭିତରେ ବିଭିନ୍ନ ମନ୍ଦ ଉଦ୍ଦେଶ୍ୟ ରଖି ଖାଦ୍ୟ ଓ ପାନୀୟରେ ନିଶା ଔଷଧ ଦେଇ ଲୁଟି ନେଉଛନ୍ତି । ସେମାନଙ୍କଠାରୁ ଦୂରେଇ ରହିବା ଦରକାର । ତୋ’ର ମଧ୍ୟ ବାହାର ଖାଦ୍ୟ ଦେଖି ପାଟିରୁ ଲାଳ ଗଡ଼େ, ଏହା ମୁଁ ତୋ' ସାଥରେ ଥିବାବେଳେ ଅନୁଭବ କରିଛି । ସମ୍ବାଦପତ୍ରରେ ମଧ୍ୟ ଅନେକ ଥର ଏହି ଦୁଃସମ୍ବାଦ ବାହାରିଛି । ଯାତ୍ରୀମାନେ ନିଜର ଭୁଲ ପାଇଁ ଅସୁରକ୍ଷିତ ଭାବରେ ଯାତ୍ରା କରୁଛନ୍ତି । ରେଳବାଇ ପକ୍ଷରୁ ମିଳୁଥିବା ଖାଦ୍ୟପେୟକୁ ଗ୍ରହଣ କରିବା ଦରକାର । ତା’ଛଡ଼ା ତୁମ ବାପାବୋଉ ଘରୁ ସାଙ୍ଗରେ ନେଇଥିବା ଖାଦ୍ୟ ଖାଇ ଯାତ୍ରା କରିବୁ । ମୁଁ ତୋତେ ଅନୁରୋଧ କରୁଛି, ତୁ କିଛି ଜିଦ୍ କରିବୁ ନାହିଁ । ତୋ’ ଯାତ୍ରା ଶୁଭଙ୍କର ହେଉ, ରହିଲି ।
ଇତି
ତୋର ଅନ୍ତରଙ୍ଗ ବାନ୍ଧବୀ
କମଳିନୀ
ଠିକଣା ଡାକ ଚିକେଟ୍
ପ୍ରେରକ: ଗ୍ରାହକ :
କୁମାରୀ କମଳିନୀ ମିଶ୍ର କୁମାରୀ ପ୍ରଭାସିନୀ ଧଳ
ମାର୍ପତ୍ : ନୃସିଂହ ମିଶ୍ର ମାର୍ପତ୍ : ଡ. ଅଦ୍ବୈତ ଚରଣ ଧଳ
ସ୍ଥାନ: ନୂଆସାହି ସା/ପୋ: ବଲିସକୁମ୍ପା
ପୋ: କେନ୍ଦ୍ରାପଡ଼ା ଜିଲ୍ଲା: କନ୍ଧମାଳ
ଜି: କେନ୍ଦ୍ରାପଡ଼ା ପିନ୍କୋଡ୍:
ପିନ୍କୋଡ୍:
COMMENTS