Letter to Friend about Describing Award Ceremony in Your School in Odia Language : In this article you will get ବିଦ୍ୟାଳୟରେ ପୁରସ୍କାର ବିତରଣୀ ...
Letter to Friend about Describing Award Ceremony in Your School in Odia Language: In this article you will get ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ । Sana Bhai Nikataku Patra in Odia.
Letter to Friend Describing Award Ceremony in Your School in Odia Language
ତୁମ ବିଦ୍ୟାଳୟରେ ପୁରସ୍କାର ବିତରଣୀ ଉତ୍ସବ କିପରି ପାଳିତ ହେଲା, । ସେ ବିଷୟରେ ବର୍ଣ୍ଣନା କରି ସାଙ୍ଗ ନିକଟକୁ ପତ୍ର ଲେଖ ।
ବ୍ରହ୍ମପୁର
ତା..................
ପ୍ରିୟ ସାଥୀ ଅବିନାଶ,
ମୋର ଆନ୍ତରିକ ଶୁଭେଚ୍ଛା ଗ୍ରହଣ କରିବ । ମଉସାମାଉସୀଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇଦେବ । ଆମ ବିଦ୍ୟାଳୟରେ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବ ବିଷୟରେ ମୁଁ ଏଠାରେ ବର୍ଣ୍ଣନା କରୁଛି ।
ଡିସେମ୍ବର ମାସ ୧୫ ତାରିଖ ଆମ ବିଦ୍ୟାଳୟ ପାଇଁ ଏବର୍ଷର ଏକ ସ୍ମରଣୀୟ ଦିବସ । ଏହି ଦିବସଟିକୁ ଆମେ ଅତ୍ୟନ୍ତ ଆଗ୍ରହର ସହିତ ଅନାଇ ରହିଥାଉ । ଏକ ମନୋଜ୍ଞ ପରିବେଶ ମଧ୍ୟରେ ଆମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏହି ଦିନ ଅନୁଷ୍ଠିତ ହୋଇଥିଲା । ରଙ୍ଗିନ୍ କାଗଜରେ ବିଦ୍ୟାଳୟ ପରିବେଶ ଝଲମଲ ଦିଶୁଥିଲା । ଆଲୋକ ସଜାରେ ସୁସଜ୍ଜିତ ହୋଇଥିଲା ସମଗ୍ର ବିଦ୍ୟାଳୟଟି । ଆନନ୍ଦରେ ହସି ଉଠୁଥିଲା । ବିଦ୍ୟାଳୟ । ମୁଖ୍ୟ ଅତିଥି ଭାବେ ମାନ୍ୟବର ଗଣଶିକ୍ଷାମନ୍ତ୍ରୀ ଓ ବିଭାଗୀୟ ଶାସନସଚିବ, ସ୍ଥାନୀୟ ବିଧାୟକ, ବିଦ୍ୟାଳୟ ଶିକ୍ଷା କମିଟିର ଚେୟାରମ୍ୟାନ୍ ଅତିଥିଭାବେ ବିଦ୍ୟାଳୟରେ ପହଞ୍ଚିବା ସଙ୍ଗେ ସଙ୍ଗେ ପ୍ରଧାନ ଶିକ୍ଷକ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସେମାନଙ୍କୁ ପାଛୋଟି ଆଣିଲେ ।
ଉତ୍ସବ ପ୍ରାରମ୍ଭରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଗଲା । ପ୍ରଧାନଶିକ୍ଷକ ବିଦ୍ୟାଳୟ ବିବରଣୀ ପାଠ କଲେ । ତା’ପରେ ମୁଖ୍ୟ ଅତିଥିଙ୍କ ଭାଷଣ ଓ ମୁଖ୍ୟବକ୍ତାଙ୍କ ଭାଷଣ ଦିଆସରିଲା । ସେମାନେ ବିଦ୍ୟାଳୟର ଉନ୍ନତି ପରିକଛେ ନିଜ ନିଜର ସହଯୋଗ କଥା ବକ୍ତବ୍ୟରେ ଉପସ୍ଥାପନ କଲେ । ସଭାରେ କରତାଳି ସତେ ଯେପରି ବୃଷ୍ଟି ହେଉଥାଏ । ଅନ୍ୟ ଅତିଥିମାନଙ୍କର ଅଭିଭାଷଣ ଅନ୍ତେ,ଛାତ୍ରଛାତ୍ରୀମାନଙ୍କର ମୁଖ୍ୟ ଆକର୍ଷଣ ପୁରସ୍କାର ବିତରଣ ପର୍ବ ଆରମ୍ଭ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖୁଥିବା ଛାତ୍ରଛାତ୍ରୀ, ଉତ୍ତମ ବକୃତା, ପ୍ରବନ୍ଧ ଲିଖନ, ଗଛଲିଖନ, କବିତା ଲିଖନ, ଉତ୍ତମ ସ୍ବାସ୍ଥ୍ୟ, ବିଦ୍ୟାଳୟ ସଫେଇ ଓ ବୃକ୍ଷରୋପଣ ଓ ବିଭିନ୍ନ କ୍ରୀଡ଼ା ପ୍ରଭୃତି କ୍ଷେତ୍ରରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ମାନ୍ୟବର ଗଣଶିକ୍ଷାମନ୍ତ୍ରୀ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ସଭାକାର୍ଯ୍ୟ ପରେ ସ୍କୁଲର ଛାତ୍ରଛାତ୍ରୀମାନେ ‘ମୁଁ ବାଜିରାଉତ କହୁଛି” ଶୀର୍ଷକ ଏକ ଐତିହାସିକ ନାଟକ ମଞ୍ଚସ୍ଥ କରିଥିଲେ । ଦଶମଶ୍ରେଣୀର ଝିଅମାନେ ନୃତ୍ୟପରିବେଷଣ କରିଥିଲେ । ରାତ୍ର ନିଅ ଘଟିକା ସମୟରେ ଉତ୍ସବ ଶେଷ ହେଲା । ପ୍ରଧାନ ଶିକ୍ଷକ ତା’ ପରଦିନ ପାଇଁ ମୁଖ୍ୟ ଅତିଥିଙ୍କ ଅନୁମୋଦନ କ୍ରମେ ବିଦ୍ୟାଳୟର ଛୁଟି ଘୋଷଣା କଲେ । ବାସ୍ତବରେ ସେ ଦିନର ଉତ୍ସାହ ଓ ଉଦ୍ଦୀପନା ମନେ ପଡ଼ିଲେ ମୋର ମନ ପୁଲକିତ ହୋଇଉଠୁଛି । ଚିଠି ପାଇ ଚିଠି ଦେବୁ, ରହିଲି ।
ଇତି
ତୋର ଅନ୍ତରଙ୍ଗ ବନ୍ଧୁ
ବଳରାମ
ଠିକଣା ଡାକ ଚିକେଟ୍
ପ୍ରେରକ: ଗ୍ରାହକ :
ବଳରାମ ଷଡଙ୍ଗୀ ଅବିନାଶ ଦାଶ
ସ୍ଥାନ : ମ୍ୟୁନିପାଲ ହାଇସ୍କୁଲ ସ୍ଥାନ : ବାଲିସାହି
ପୋ: ବ୍ରହ୍ମପୁର ପୋ : ପୁରୀ
ଜି: ଗଞ୍ଜାମ ଜି : ପୁରୀ
ପିନ୍କୋଡ୍: ପିନ୍କୋଡ୍:
COMMENTS