Letter to Father for Parents Teacher Meeting in Odia Language : In this article you will get ବିଦ୍ୟାଳୟରେ ହେବାକୁ ଥିବା ଅଭିଭାବକମାନଙ୍କର ସଭାରେ ଯୋ...
Letter to Father for Parents Teacher Meeting in Odia Language: In this article you will get ବିଦ୍ୟାଳୟରେ ହେବାକୁ ଥିବା ଅଭିଭାବକମାନଙ୍କର ସଭାରେ ଯୋଗଦେବା ନିମନ୍ତେ ବାପାଙ୍କ ନିକଟକୁ ପତ୍ର ଲେଖ । Bapanka Nikataku Patra in Odia
Letter to Father for Parents Teacher Meeting in Odia Language
ବିଦ୍ୟାଳୟରେ ହେବାକୁ ଥିବା ଅଭିଭାବକମାନଙ୍କର ସଭାରେ ଯୋଗଦେବା ନିମନ୍ତେ ବାପାଙ୍କ ନିକଟକୁ ପତ୍ର ଲେଖ ।
ପୁରୀ ଜିଲ୍ଲା ସ୍କୁଲ ଛାତ୍ରାବାସ
ତା....
ସମ୍ମାନାସ୍ପଦ ବାପା,
ଶ୍ରୀକ୍ଷେତ୍ର ପୁରୀରୁ ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ । ବୋଉକୁ ମୋର ଭୂମିଷ୍ଠ ପ୍ରଣାମ ଓ ସାନ ଭାଇ ରମେଶକୁ ମୋର ଆଶୀର୍ବାଦ ଜଣାଇଦେବେ ।
ବାପା ! ଗୁରୁଜୀ ମୋତେ ଶ୍ରେଣୀରେ କହିଥିଲେ ‘ପିତାମାତାଙ୍କ ଆଶୀର୍ବାଦରୁ ପୁତ୍ର ହୁଏ ସୁଖୀ । କାରଣ ମୁଁ ଆପଣଙ୍କ ଉପଦେଶ ଅତ୍ୟନ୍ତ ଶ୍ରଦ୍ଧାର ସହ ପାଳନ କରୁଛି । ଏହା ନିଶ୍ଚିତ ଯେ, ମୁଁ କେବଳ ଭଲ ପଢ଼ି ନାଁ କମେଇଛି ତାହା ନୁହେଁ । ଖେଳରେ ମୋର ଦକ୍ଷତା ମଧ୍ୟ ପ୍ରମାଣ ହୋଇ ସାରିଛି । ଜଣେ ନବମ ଶ୍ରେଣୀର । ଆଦର୍ଶ ଛାତ୍ର ଭାବରେ ମୁଁ ସମସ୍ତ ଗୁରୁଜୀମାନଙ୍କ ହୃଦୟରେ ସ୍ଥାନପାଇଛି । ବାପା ! ଆସନ୍ତା ତା ୧୫/୧ ୨1୨୦୧୬ରିଖ ଦିନ ଏଗାରଟା ସମୟରେ ଆମ ବିଦ୍ୟାଳୟରେ ଅଭିଭାବକମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ପାଇଁ ସଦସ୍ୟମାନେ ମଧ୍ୟ ସେହି ସଭାରେ ବଛା ହେବେ । ସେଥିପାଇଁ ତୁମର ଉପସ୍ଥିତି ଏକାନ୍ତ ଜରୁରୀ । ମୋ’ ପାଠପଢ଼ା ବିଷୟରେ ମଧ୍ୟ ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକଙ୍କ ସହିତ ଆଲୋଚନା କରିବ । ଅଭିଭାବକମାନେ ଏକତ୍ର ହେଲେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପରିକଛେ ବିଭିନ୍ନ ଦିଗ ଉପରେ ଆଲୋଚନାରେ ଭାଗନେବା ସହିତ ନୂତନ ଦିଗଦର୍ଶନ ଦେଇପାରିବେ । ତୁମର ସମୟ ତ ନିଶ୍ଚୟ ଅଭାବ ଏଥିରେ ସନ୍ଦେହ ନାହିଁ । ମାତ୍ର ଏଠାରେ ତୁମ୍ଭ ଉପସ୍ଥିତି ମଧ୍ୟ ତତୋkଧୁକ ଜରୁରୀ । ଏତଦ୍ବ୍ୟତୀତ ଆମ ଛାତ୍ରାବାସରେ କିଛି ଅସୁବିଧା ମଧ୍ୟ ରହିଛି । ସେ ସମ୍ପର୍କରେ ସଭାରେ ଆଲୋଚନା କରିପାରିବ କିମ୍ବା ପ୍ରଧାନ ଗୁରୁଜୀଙ୍କୁ କହିପାରିବ । ବୋଉର ଦେହ ଅସୁସ୍ଥ ଅଛି, ତାକୁ ଆଣି ପୁରୀରେ ଡାକ୍ତରଙ୍କୁ ଦେଖାଇ ପାରିବ । ତେଣୁ ବୋଉକୁ ନେଇ ନିଶ୍ଚୟ ୧୫୧ ୨1୨୦ ପହଞ୍ଚିବ । ମୋ’ ଅନୁରୋଧକୁ ଏଡ଼ାଇ ଦେବନାହିଁ । ସବୁ ପିଲାଙ୍କ ଅଭିଭାବକମାନେ ଆସିଥିବେ । ତୁମେ ନ ଆସିଲେ ମୋତେ ଭାରି ଖରାପ ଲାଗିବ । ବୋଉ ଅନେକ ଦିନ ହେବ କାଳିଆଠାକୁରଙ୍କୁ ଦର୍ଶନ କରିନାହିଁ । ଆସିଲେ ଏକାଠି ମିଶି ଶ୍ରୀମନ୍ଦିର ଯିବା ।
ଇତି
ତୁମର ସ୍ନେହାଧୀନ
ବବୁଲ
ଠିକଣା
ଡାକ ଚିକେଟ୍
ପ୍ରେରକ: ପ୍ରାପକ:
ସୁମନ୍ତ କୁମାର ଷଡଙ୍ଗୀ ବସନ୍ତ କୁମାର ଷଡଙ୍ଗୀ
ପୁରୀ ଜିଲ୍ଲା ସ୍କୁଲ ଛାତ୍ରାବାସ ଗ୍ରା: ପୁରୁଷୋତ୍ତମପୁର
ସ୍ଥା: ଘୋଡ଼ାବଜାର ପୋ: ଆସ୍କା
ପୋ: ପୁରୀ ଜି : ଗଞ୍ଜାମ
ଜି: ପୁରୀ ପିନ୍କୋଡ୍ :
ପିନ୍କୋଡ୍ :
COMMENTS