Letter to Father asking for Money in Odia Language : In this article you will get ତୁମର କିଛ ଅର୍ଥ କ୍ରୟ ଜଣାଇ ବାପାଙ୍କ ନିକଟକୁ ପତ୍ର ଲେଖ । Bapan...
Letter to Father asking for Money in Odia Language: In this article you will get ତୁମର କିଛ ଅର୍ଥ କ୍ରୟ ଜଣାଇ ବାପାଙ୍କ ନିକଟକୁ ପତ୍ର ଲେଖ । Bapanka Nikataku Patra in Odia
ବାପାଙ୍କ ନିକଟକୁ ପତ୍ର ଲେଖ । Letter to Father asking for Money in Odia
ତୁମେ କଟକର ରେଭେନ୍ସା କଲିଜିଏଟ୍ ସ୍କୁଲ ଛାତ୍ରାବାସରେ ରହି ପଢୁଛି । ତୁମର କିଛ ଅର୍ଥ କ୍ରୟ ଏବଂ ଛାତ୍ରାବାସର ଦେୟ ପାଇଁ ଆବଶ୍ୟକ ହେଉଥିବା ଜଣାଇ ବାପାଙ୍କ ନିକଟକୁ ପତ୍ର ଲେଖ ।
ଉତ୍ତର :
ରେଭେନ୍ସା କଲିଜିଏଟ ସ୍କୁଲ
ତା.............
ପୂଜନୀୟ ବାପା,
ସୁଦୂରରୁ ମୋର ଭକ୍ତିପୂତ ପ୍ରଣାମ ଗ୍ରହଣ କରିବେ । ବୋଉକୁ ମୋର ଭକ୍ତିପୂତ ପ୍ରଣାମ ଜଣାଇବା ସହିତ ସାନଭାଇ ପୁପୁନୁକୁ ମୋର ଆଶୀର୍ବାଦ ଜଣାଇବାକୁ ଅନୁରୋଧ କରୁଛି । ଆପଣଙ୍କର ଉପଦେଶଭରା ପତ୍ରଟି ଗତକାଲି ମୋର ହସ୍ତଗତ ହୋଇଛି । ଯାହାକି ମୋର ପ୍ରଗତି ପଥରେ ସଦା ପାଥେୟ ହୋଇ ରହିବ ।
ଆପଣଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ମୁଁ ଏହି ବିଦ୍ୟାଳୟର ଛାତ୍ରାବାସରେ ରହି ଅଧ୍ୟୟନ କରୁଛି । ପ୍ରଥମେ ପ୍ରଥମେ ଆମ ପରିବାରର ସ୍ନେହମମତାକୁ ଭୁଲି ନପାରି ମୁଁ ବାରମ୍ବାର ଘରକୁ ଯିବାପାଇଁ ବ୍ୟାକୁଳ ହେଉଥିଲି । ବର୍ତ୍ତମାନ ଭଲ ପାଠପଢ଼ି ଭଲ ମଣିଷ ହେବା ପାଇଁ ମୋ’ ମନରେ ଦୃଢ଼ ଆଶା ଓ ଆଗ୍ରହ ଜାତ ହୋଇଛି । ତୁମ୍ଭର ମୂଲ୍ୟବାନ ଉପଦେଶାବଳୀ ମୋତେ ଦୃଢ଼ମନା କରିପାରିଛି । ଏହି ଛାତ୍ରାବାସରେ ସବୁ ସୁବିଧା ରହିଛି । ଆମେ ଅନ୍ତେବାସୀଗଣ ପରସ୍ପର ଭ୍ରାତୃ ବନ୍ଧନରେ ବାନ୍ଧି ହୋଇ ରହିଛୁ । ବାପା ! ତୁମେ ମୋତେ ଘରୁ ଆସିବାବେଳେ ଯେଉଁ ଅର୍ଥ ଦେଇଥିଲ, ତାହା ସରିଆସିଲାଣି । ଛାତ୍ରାବାସର କିଛି ଦେୟ ମୋର ଦେବାକୁ ବାକି ଅଛି । ତସହିତ ଓଡ଼ିଆ ଶବ୍ଦକୋଷ ଓ ଇଂରାଜୀ ଅଭିଧାନଟିଏ ମୋର ପାଠପଢ଼ା ବେଳେ ମୋତେ ସହାୟକ ହେବ ବୋଲି ଆଶା କରୁଛି । କେତେ ଅନ୍ୟ ସାଙ୍ଗମାନଙ୍କଠାରୁ ମାଗି ଆଣି ଚଳିବି ? ଏଥ ନିମିତ୍ତ ୧୫୦୦=୦୦(ଏକ ହଜାର ପାଞ୍ଚଶହ ଟଙ୍କା) ମାତ୍ର ମୋ’ ଷ୍ଟେଟ୍ ବ୍ୟାଙ୍କ୍ ଆକାଉଣ୍ଟରେ ଜମାଦେଲେ ମୁଁ ବିଶେଷ ଉପକୃତ ହେବି । ଆମ ଘରର ଅବସ୍ଥାକୁ ମୁଁ ହୃଦୟଙ୍ଗମ କରି ଅନେକ ସଂଯମତାର ସହିତ ଖର୍ଚ୍ଚ କରୁଛି । ଦୂରରେ ରହି ତୁମ ଉପଦେଶପତ୍ର ମଧ୍ୟରେ ତୁମର ଫଟୋ ଚିତ୍ରକୁ ମୁଁ କଳ୍ପନାରେ ଦେଖି ପାରୁଛି । ଦୟାକରି ମୋ ପାଖକୁ ଅର୍ଥ ପଠାଇବ । ଆର୍ଥିକ ଅସୁବିଧା ଥିଲେ ମୋତେ ଜଣାଇବ । ମୁଁ ଆଉ କିଛି ଦିନଯାଏ ଚଳାଇନେବି ।
ମୋ’ ପତ୍ର ପାଇ ପତ୍ର ଖଣ୍ଡିଏ ଦେବ । ତୁମେ ପଠାଇଥିବା ସମସ୍ତ ପତ୍ର ମୁଁ ସାଇତି ରଖିଛି । ମଝିରେ ମଝିରେ ସେଗୁଡିକୁ ପଢ଼ି ଅତ୍ୟନ୍ତ ପ୍ରଭାବିତ ଓ ଆନନ୍ଦିତ ହେଉଛି । ତୁମ୍ଭ ପତ୍ରଗୁଡିକ ଆଲୋକବର୍ତ୍ତିକା ପରି ସଦାସର୍ବଦା ମୋତେ ଆଦର୍ଶପଥରେ ପଥ କଢ଼େଇ ନେଉଛି ।
ଇତି
ଆପଣଙ୍କର ସ୍ନେହାଧୀନ
ବବୁଲ
ଠିକଣା
ଡାକ ଚିକେଟ
ପ୍ରେରକ: ପ୍ରାପକ
ସନ୍ତୋଷକୁମାର ବେହେରା ଶ୍ରୀ ସୁଦର୍ଶନ ବେହେରା
ସ୍ଥାନ: ରେଭେନ୍ସା କଲେଜିଏଟ୍ ସ୍କୁଲ ସ୍ଥାନ: ପ୍ରତାପପୁରୁଷୋତ୍ତମପୁର
ଡାକ: ଚାନ୍ଦିନୀଚୌକ ଡାକ: ପ୍ରତାପପୁରୁଷୋତ୍ତମପୁର
ଜିଲ୍ଲା:କଟକ ଜିଲ୍ଲା : ପୁରୀ
ପିନ୍କୋଡ୍ : ପିନ୍କୋଡ୍
COMMENTS