Letter to Your Friend Describing Your City in Odia : In this article you will get ଓଡ଼ିଶାର ଏକ ଦର୍ଶନୀୟ ସ୍ଥାନର ବିବରଣୀ ଦେଇ ଓଡ଼ିଶା ବାହାରେ ରହୁଥିବ...
Letter to Your Friend Describing Your City in Odia: In this article you will get ଓଡ଼ିଶାର ଏକ ଦର୍ଶନୀୟ ସ୍ଥାନର ବିବରଣୀ ଦେଇ ଓଡ଼ିଶା ବାହାରେ ରହୁଥିବା ତୁମର ଜଣେ ବନ୍ଧୁଙ୍କ ନିକଟକୁ ପତ୍ର ଲେଖ । Sanga nikataku patra odia
ବନ୍ଧୁଙ୍କ ନିକଟକୁ ପତ୍ର ଲେଖ । Letter to Your Friend Describing Your City in Odia
କ୍ୟାପିଟାଲ ହାଇସ୍କୁଲ, ଭୁବନେଶ୍ଵର
ତା..............
ପ୍ରିୟ ବନ୍ଧୁ ହରିପ୍ରସାଦ,
ନମସ୍କାର । ତୁମ ଚିଠି ମୁଁ ଯଥା ସମୟରେ ପାଇଅଛି । ଆଗାମୀ ଅକ୍ଟୋବର ମାସରେ ତୁମେ ଯେ ଓଡ଼ିଶା ବୁଲି ଆସିବାକୁ ଆଗ୍ରହ ପ୍ରକାଶ କରିଛି ଏକଥା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ । ଓଡ଼ିଶାରେ କ’ଣ କ’ଣ ଦର୍ଶନୀୟ ସ୍ଥାନ ଅଛି ସେ ବିଷୟରେ ଜାଣିବାକୁ ତୁମେ ଇଛା କରିଛି । ଓଡ଼ିଶା ହେଉଛି ଏକ ଐତିହ୍ୟପୂର୍ଣ୍ଣ ପ୍ରାଚୀନ ରାଜ୍ୟ । ଏଠାରେ ଯେତେ ଯେତେ ଦର୍ଶନୀୟ ସ୍ଥାନ ଅଛି, ଏହି ପତ୍ରରେ ତାହାର ଏକ ତାଲିକା ଦେବା ସମ୍ଭବ ନୁହେଁ । ତେବେ କୋଣାର୍କର ସୂର୍ଯ୍ୟମନ୍ଦିରଟି ତୁମ ପାଇଁ ନିଶ୍ଚିତ ଭାବେ ଦର୍ଶନୀୟ ଅଟେ ଏବଂ ତୁମେ ଆସିଲେ ସେଇଟିକୁ ତୁମକୁ ନିଶ୍ଚ ଦେଖାଇବି ।
ଓଡ଼ିଶା ଯୁଗେ ଯୁଗେ ଶିଳ୍ପକଳା ପାଇଁ ସମଗ୍ର ବିଶ୍ୱରେ ଖ୍ୟାତି ଲାଭ କରିଆସିଛି । ମନ୍ଦିରମାଳିନୀ ଓଡ଼ିଶାର ଅସୁମାରି ମନ୍ଦିର ଗାତ୍ରରେ ଓଡ଼ିଆ ଶିଳ୍ପୀମାନେ ସୂଚୀମୁନରେ ଯେଉଁ ଛବି ଫୁଟାଇଛନ୍ତି, ତାହା ସମଗ୍ର ବିଶ୍ୱକୁ ଚମତ୍କୃତ କରିଛି । ବହୁ ବିଦେଶୀ ପରିବ୍ରାଜକ ଏଗୁଡିକର ଭୁରି ଭୁରି ପ୍ରଶଂସା କରିଛନ୍ତି। ସେଗୁଡ଼ିକ ମଧ୍ୟରେ କୋଣାର୍କର ସୂର୍ଯ୍ୟମନ୍ଦିର ସର୍ବୋକୃଷ୍ଟ ଏବଂ ଏହା ବିଶ୍ୱବିଖ୍ୟାତ ବୋଲି ସେମାନେ ସ୍ୱୀକାର କରିଛନ୍ତି ।
କୋଣାର୍କ ମନ୍ଦିରଟି ଓଡ଼ିଶାର ରାଜା ପ୍ରଥମ ନରସିଂହ ଦେବଙ୍କ ସମୟରେ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଦୁଃଖର କଥା, ଏହାର ମୁଖ୍ୟ ମନ୍ଦିରଟି ଭାଙ୍ଗିଯାଇ କେବଳ ମୁଖଶାଳାଟି ମାତ୍ର ଦଣ୍ଡାୟମାନ ରହିଛି । ମୁଖ୍ୟ ମନ୍ଦିରର ଉଚ୍ଚତା ଥିଲା। ୨୩୦ ଫୁଟ ବା ପ୍ରାୟ ୭୦ ମିଟର ଏବଂ ମୁଖଶାଳାର ଉଚ୍ଚତା ହେଉଛି ୧୫୦ ଫୁଟ ବା ପ୍ରାୟ ୪୬ ମିଟର । ସମଗ୍ର ମନ୍ଦିରଟି ଗୋଟିଏ ରଥ ଆକାରରେ ନିର୍ମିତ ଏବଂ ଏହି ରଥଟି ଚବିଶ ଗୋଟି ବୃହତ୍ ଚକ ଉପରେ ଅବସ୍ଥାପିତ ହୋଇଥିବା ଭଳି ଦେଖାଯାଏ । ପ୍ରସ୍ତରରେ ଖୋଦିତ ଏହି ଚକଗୁଡ଼ିକ କାରୁକାର୍ଯ୍ୟ ଅପୂର୍ବ ଅଟେ ।
କୋଣାର୍କ ମନ୍ଦିରର କଳାପାଟବର ପଟାନ୍ତର ନାହିଁ । ଏହାକୁ ଦେଖୁଲେ ତୁମେ କେବଳ ବିମୁଗଧ ହେବ ନାହିଁ, ବିସ୍ମିତ ହେବ ମଧ୍ୟ । ପ୍ରସ୍ତର ଦେହରେ ପଶୁପକ୍ଷୀ, ବାଦକବାଦିକା, ଗାୟିକା, ନର୍ଭକନକୀ,ଦେବଦେବୀ, ରାଜାରାଣୀ, ହାତୀଘୋଡ଼ା ପ୍ରଭୃତି ଚିତ୍ର ଅତ୍ୟନ୍ତ କମନୀୟ ଭାବରେ ଖୋଦିତ ହୋଇଛି । କେଉଁଠି ନୃତ୍ୟରତା ଅପସରା, କେଉଁଠି ବେଣୁବାଦିନୀ ନାରୀ, କେଉଁଠି ପୁଣି ପ୍ରାଚୀନ ଉତ୍କଳର ସମରଯାତ୍ରା, ପୁଣି କେଉଁଠି ପ୍ରେମମୁଗଧ ପ୍ରେମିକ ପ୍ରେମିକାଙ୍କ ଯୁଗଳ ମୂଇଁ ଯେ କୌଣସି ଦର୍ଶକର ଚିତ୍ତକୁ ବିମୋହିତ କରେ । ଶହ ଶହ ବର୍ଷ ପରେ ମଧ୍ୟ ଏଗୁଡ଼ିକ ସଦ୍ୟ ନିର୍ମିତ ହେବା ଭଳି ଦେଖାଯାଆନ୍ତି ।
ପ୍ରାୟ ଏଗାର ଏକର କ୍ଷେତ୍ରଫଳ ବିଶିଷ୍ଟ ଭୂମି ଉପରେ ଏହା ଅବସ୍ଥିତ । ନିକଟରେ କୌଣସି ପାହାଡ଼ ପର୍ବତ ନ ଥିଲେ ମଧ୍ୟ ବିରାଟ ପ୍ରସ୍ତର ଖଣ୍ଡମାନ ଶିଳ୍ପୀମାନେ କେଉଁଠୁ ବହି ଆଣିଥିଲେ ଏବଂ ସେଥିରେ ନିର୍ମିତ ବିଶାଳ ମୂର୍ଭଗୁଡ଼ିକ କିପରି ଏତେ ଉଚ୍ଚକୁ ଉଠାଇ ମନ୍ଦିର ଗାତ୍ରରେ ସ୍ଥାପନ କରିଥିଲେ ତାହା ଚିନ୍ତାକଲେ ବିସ୍ମିତ ହେବାକୁ ପଡ଼େ । କଥିତ ଅଛି ଯେ, ୧ ୨ ଶହ ଶିଳ୍ପୀ ବାରବର୍ଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ଏହି ମନ୍ଦିର ନିର୍ମାଣ କରିଥିଲେ । ପ୍ରାଚୀନତା, ବିଶାଳତା ଏବଂ କାରୁକଳାର ଉକୃଷ୍ଟ ହେଉଛି ଏହି ମନ୍ଦିରର ବିଶେଷତ୍ ।
ତୁମେ ଆସିଲେ ସମୁଦ୍ରର ବେଳାଭୂମିରେ ଏକ ରମଣୀୟ ପରିବେଶରେ ଥିବା ଏହି ମନ୍ଦିରଟିକୁ ଦେଖୁବ ଓ ତା’ ସମ୍ପର୍କରେ ଆହୁରି ଅନେକ କଥା ଜାଣିପାରିବ । ଏହି ମନ୍ଦିରକୁ କେନ୍ଦ୍ରକରି ବହୁ କିମ୍ବଦନ୍ତୀ ଗଢ଼ିଉଠିଛି ଏବଂ ବହୁ କାବ୍ୟ କବିତା ରଚିତ ହୋଇଛି । କୋଣାର୍କ ସହିତ ପୁରୀର ବିଶ୍ୱବିଖ୍ୟାତ ଜଗନ୍ନାଥ ମନ୍ଦିର ଓ ଭୁବନେଶ୍ବରରେ ଥିବା ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିର ପ୍ରଭୃତି ମଧ୍ୟ ଦେଖି ପାରିବ । ତ୍ରିଭୁଜ ଆକାରରେ ଅବସ୍ଥିତ ଏହି ତିନୋଟି ସ୍ଥାନକୁ ପର୍ଯ୍ୟଟନ ନସାରେ ‘ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଇଛି ।
ତୁମେ ଆସିବାକୁ ଆମ ଘରେ ବାପା, ବୋଉ ଓ ମୋର ଭାଇଭଉଣୀ ଉଦ୍ଗ୍ରୀବ ଭାବରେ ଅପେକ୍ଷା କରି ରହିଛନ୍ତି । କେବେ ଆସିବ ନିର୍ଦ୍ଦିଷ୍ଟ ତାରିଖ ଜଣାଇବାକୁ ଅନୁରୋଧ । ସେଠାର ଗୁରୁଜନମାନଙ୍କୁ ମୋର ପ୍ରଣାମ ଜଣାଇଦେବ । ତୁମର ପତ୍ର ଅପେକ୍ଷାରେ ରହିଲି ।
ଇତି
ସୌମ୍ୟରଞ୍ଜନ
(ଚିଠି ଉପରେ ଠିକଣା ଲେଖୁବ)
COMMENTS