Essay on Importance of Tourism in Odia Language : In this article " ପର୍ଯ୍ୟଟନର ଉପଯୋଗିତା ରଚନା ", " Parjutan Gurutwa Rachna in O...
Essay on Importance of Tourism in Odia Language: In this article "ପର୍ଯ୍ୟଟନର ଉପଯୋଗିତା ରଚନା", "Parjutan Gurutwa Rachna in Odia for students of class 5, 6, 7, 8, 9, and 10.
Odia Essay on "Importance of Tourism", "ପର୍ଯ୍ୟଟନର ଉପଯୋଗିତା ରଚନା" for Students
ଉପକ୍ରମ : ସୃଷ୍ଟିର ବିଶାଳତା ତୁଳନାରେ ମନୁଷ୍ୟର ପରିସୀମା ଅତ୍ୟନ୍ତ ନଗଣ୍ୟ; କିନ୍ତୁ ସେହି କ୍ଷୁଦ୍ରପ୍ରାଣ ମାନବ ତା’ର ଅସୀମ ପରିବେଶ ମଧ୍ୟରେ ପ୍ରାଣର ଅସୀମ ବାସନାକୁ ସୀମାବଦ୍ଧ କରି ରଖୁପାରେ ନାହିଁ । ଅଫୁରନ୍ତ ରହସ୍ୟର ମଧୁଚକ୍ର ଭଳି ଏହି ଧରଣୀ ମନୁଷ୍ୟର ନିତ୍ୟ ଅନୁସନ୍ଧିସୁ ପ୍ରାଣକୁ ସର୍ବଦା ଉର୍ବେଳିତ କରେ । ସୁଦୂରର ଆହ୍ଵାନରେ ସେ ଅନୁପ୍ରେରିତ ହୋଇ କେତେ ନଦୀ, ନାଳ, ପାହାଡ଼, ପର୍ବତ ଇତ୍ୟାଦି ଭୌଗୋଳିକ ପ୍ରତିବନ୍ଧକକୁ ଅତିକ୍ରମ କରି ବାହାରିଯାଏ ଦେଶ ଦେଶାନ୍ତର ପର୍ଯ୍ୟଟନରେ । ପୁଣି ଜୀବନକୁ ପଣକରି ଆଗେଇଯାଏ ନାନା ଦୁଃସାହସିକ ଅଭିଯାନରେ । ଏହି ପର୍ଯ୍ୟଟନ ପିପାସା ଏବଂ ଦୁର୍ବାର ଅଭିଯାନ ନିଶା ତାକୁ ପଦେ ପଦେ ଆଗେଇ ନେଇଛି ପ୍ରଗତି ପଥରେ ।
ପର୍ଯ୍ୟଟନର ପ୍ରାଚୀନତା : ଭ୍ରମଣ ବା ଦେଶ ପର୍ଯ୍ୟଟନ ମନୁଷ୍ୟର ଏକ ଆଧୁନିକ ଖୁଆଲ ନୁହେଁ । ବହୁ ପ୍ରାଚୀନ କାଳରୁ ମନୁଷ୍ୟ ପର୍ଯ୍ୟଟନର ଆନନ୍ଦ ଓ ଉପଯୋଗିତାକୁ ସ୍ବୀକାର କରି ନେଇଛି । ପ୍ରାଚୀନ ଭାରତର ଆର୍ଯ୍ୟ ଋଷିଗଣ ଅନୁଭବ କରି ପାରିଥିଲେ ଯେ, ନିଜ ବାସଗୃହର ସଂକୀର୍ଣ୍ଣତା ମଧ୍ୟରେ ସୀମାବଦ୍ଧ ହୋଇ ରହିଲେ ମନୁଷ୍ୟ ପ୍ରାଣର ବିକାଶ ଅସମ୍ଭବ । ତେଣୁ ତୀର୍ଥାଟନ ମାଧ୍ୟମରେ ସେମାନେ ଅଲକ୍ଷ୍ୟରେ ଭ୍ରମଣଜନିତ ସମସ୍ତ ପ୍ରକାର ଆନନ୍ଦ ଓ ଉପଯୋଗିତାକୁ ଆସ୍ବାଦନ କରି ନବ ଜୀବନର ସନ୍ଧାନ ଲାଭ କରୁଥିଲେ । ବିଦ୍ୟା, ବିନୟ ଏବଂ ସଦାଚାର ସହିତ ତୀର୍ଥ ଦର୍ଶନ ସେତେବେଳେ ଏକ କର୍ଭବ୍ୟ ବୋଲି ବିବେଚିତ ହେଉଥିଲା । ବିପଦ ସଙ୍କୁଳ ଘନବନାକୀର୍ଣ୍ଣ ଦୁର୍ଗମ ପଥକୁ ଅତିକ୍ରମ କରି ସେତେବେଳେ ପୁଣ୍ୟର୍ଥ ଯାତ୍ରୀମାନେ ତୀର୍ଥାଟନ କରୁଥିଲେ । ହିମାଳୟସ୍ତ ପବିତ୍ର ଗଙ୍ଗୋତ୍ରୀରୁ ଜଳ ନେଇ ତାକୁ ସେତୁବନ୍ଧ ରାମେଶ୍ବରଠାରେ ଅର୍ପଣ କଲେ ପାପକ୍ଷୟ ହୋଇ ପୁଣ୍ୟର୍ଜନ ହୁଏ ବୋଲି ଲୋକେ ବିଶ୍ଵାସ କରୁଥିଲେ । କେତେକ କ୍ଷେତ୍ରରେ ପାପର ପ୍ରାୟଶ୍ଚିତ ସ୍ଵରୂପ କୌଣସି ବ୍ୟକ୍ତିକୁ ପଦବ୍ରଜରେ ଭାରତର ବିଭିନ୍ନ ତୀର୍ଥ ଦର୍ଶନ କରିବା ପାଇଁ ସମାଜର ନିର୍ଦ୍ଦେଶ ଥିଲା । ଏହା ଫଳରେ ବ୍ୟକ୍ତିର ମନ ସଂପ୍ରସାରିତ ହେବା ସଙ୍ଗେ ସଙ୍ଗେ ସେ ବିଭିନ୍ନ ସ୍ଥାନ ସମ୍ପର୍କରେ ଏକ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରୁଥିଲା ।
ଭ୍ରମଣର ଉପଯୋଗିତା : ଭ୍ରମଣ ଦ୍ଵାରା ମନୁଷ୍ୟ ସାଂସାରିକ ଜୀବନ ଜଞ୍ଜାଳଠାରୁ ସାମୟିକ ଭାବେ ଦୂରେଇ ଯାଇ ମାନସିକ ଶାନ୍ତି ଉପଭୋଗ କରେ । ବିଶାଳ ପ୍ରକୃତି ରାଜ୍ୟର ଅନିର୍ବଚନୀୟ ରୂପମାଧୁରୀ ଦେଖ ପ୍ରାଣ ତା’ର ବିମୋହିତ ହୁଏ ଏବଂ ସେଥ ସହିତ ଈଶ୍ୱର ସୃଷ୍ଟିର ବୈଚିତ୍ରୀକୁ ଉପଲବଧ କରି ଭକ୍ତିପ୍ରଣତ ହୃଦୟରେ ବଳେବଳେ ତାଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ନୁଆଁଇ ଦିଏ । ହୃଦୟରୁ ସମସ୍ତ ସଂକୀତା ଦୂର ହୋଇ ଏକ ମହାନ୍ ଉଦାର ଭାବନାରେ ତାହା ପରିପୂର୍ଣ୍ଣ ହୋଇଉଠେ । ଐତିହାସିକ ସ୍ଥାନଗୁଡ଼ିକ ଦର୍ଶନ କରିବାବେଳେ ସେ ଦେଶର ଐତିହ୍ୟ ଓ ସଂସ୍କୃତି ପ୍ରତି ସେ ଯେତିକି ସଚେତନ ହୁଏ, ଧର୍ମପୀଠ ତଥା ତୀର୍ଥସ୍ଥାନ ଭ୍ରମଣ କରିବା ଦ୍ଵାରା ତା’ମନରେ ସେତିକି ଆଧାର୍ମିକ ଭାବ ସଞ୍ଚାରିତ ହୁଏ । ମହାନ ବିଭୁ ପ୍ରେମରେ ସେ ବିଭୋର ହୋଇ ଭଗବତ୍ ମହିମାରେ ଭାବବିହ୍ବଳ ହୋଇପଡ଼େ ।
ଦେଶ ପର୍ଯ୍ୟଟନର ଶିକ୍ଷାଗତ ମୂଲ୍ୟ ନ୍ୟୁନ ନୁହେଁ । ପୁସ୍ତକଗତ ବିଦ୍ୟାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବାର ସୁଯୋଗ ମିଳେ ପର୍ଯ୍ୟଟନରୁ । ପୃଥିବୀର ବିଭିନ୍ନ ଭୌଗୋଳିକ ସ୍ଥାନ ତଥା ଐତିହାସିକ କୀର୍ତ୍ତିରାଜ ଦର୍ଶନ କରି ସେ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରାଯାଇଥାଏ । ଅତୀତରେ ମେଘାସ୍ଥିନିସ୍, ହୁଏସୀ ଓ ଫାହିୟାନ୍ ପ୍ରଭୃତି ପରିବ୍ରାଜକଗଣ ଏ ଦେଶକୁ ଆସି ଯେଉଁ ବିବରଣୀମାନ ଲିପିବଦ୍ଧ କରିଯାଇଛନ୍ତି,ସେଥିରେ ଆଧୁନିକ ଯୁଗର ଐତିହାସିକମାନଙ୍କ ନିମନ୍ତେ ବହୁମୂଲ୍ୟ ତଥ୍ୟମାନ ସଞ୍ଚିତ ହୋଇ ରହିଛି । ଭ୍ରମଣ ଦ୍ଵାରା ବିଭିନ୍ନ ସ୍ଥାନ ଓ ବିଭିନ୍ନ ଦେଶର ଅଧିବାସୀମାନଙ୍କ ସହିତ ମିଳିତ ହେବା ଦ୍ବାରା ସେମାନଙ୍କର ଜୀବନଯାତ୍ରାର ବୈବିଧ୍ୟ ସହିତ ପରିଚିତ ହେବାର ସୁଯୋଗ ମିଳେ । ଅନ୍ୟ ଦେଶର ଶିକ୍ଷା, ସଭ୍ୟତା, ସଂସ୍କାର ତଥା ଆଦର୍ଶର ଅନୁକରଣ ସଙ୍ଗେ ସଙ୍ଗେ ପାରସ୍ପରିକ ଭାବେ ବିନିମୟ ଘଟେ ଏବଂ ସୌହାର୍ଘ୍ୟ ପ୍ରତିଷ୍ଠିତ ହୁଏ ।
ଆଧୁନିକ ଯୁଗରେ ଉନ୍ନତ ଯାନବାହନ ତଥା ରାସ୍ତାଘାଟ ଓ ଗମନଗମନର ସୁବିଧା ଯୋଗୁଁ ଲୋକମାନେ ପର୍ଯ୍ୟଟନ ଦିଗରେ ଅଧୁକ ଆଗ୍ରହୀ ହୋଇପଡ଼ିଛନ୍ତି । ଧନୀ ଏବଂ ବିଳାସୀ ବ୍ୟକ୍ତିମାନେ ଏହାକୁ ଏକ ସୌଖୀନ ବ୍ୟାପାର ଭାବରେ ଗ୍ରହଣ କରି ନେଇଛନ୍ତି । ବ୍ୟବସାୟୀମାନେ ନିଜ ନିଜର ବ୍ୟବସାୟର ପ୍ରସାର ଦୃଷ୍ଟିରୁ, ରାଜନୀତିଜ୍ଞ ତଥା ନେତୃସ୍ଥାନୀୟ ବ୍ୟକ୍ତିମାନେ ଦେଶର ଦେଶ ମଧ୍ୟରେ ସୌହାର୍ଘ୍ୟ ସ୍ଥାପନ ତଥା ପାରସ୍ପରିକ ବିଚାର ଆଲୋଚନା ନିମନ୍ତେ, ଧନୀ ବ୍ୟକ୍ତିମାନେ ଜଳବାୟୁ ପରିବର୍ତ୍ତନ କରି ସ୍ଵାସ୍ଥ୍ୟର ଉନ୍ନତି ନିମନ୍ତେ ଦେଶ ପର୍ଯ୍ୟଟନରେ ବହିର୍ଗତ ହେଉଥିବାର ଦେଖାଯାଉଛି ।
ପର୍ଯ୍ୟଟନ ଓ ସରକାରୀ ପ୍ରୋତ୍ସାହନ : ପର୍ଯ୍ୟଟନ ଉପାଦେୟତାକୁ ଉପଲବଧ କରି ସରକାର ଏହାକୁ ଏକ ଶିଳ୍ପଗତ ମାନ୍ୟତା ଦେଇଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ବିଭାଗ ମଧ୍ୟ ଖୋଲାଯାଇଛି । ବିଭିନ୍ନ ଦର୍ଶନୀୟ ସ୍ଥାନକୁ ସରକାର ପର୍ଯ୍ୟଟନ କେନ୍ଦ୍ର ରୂପେ ଘୋଷଣା କରି ସେଠାକୁ ରାସ୍ତାଘାଟର ସୁବିଧା କରିବା ସହିତ ସ୍ଥାନର ରକ୍ଷଣାବେକ୍ଷଣା ଦିଗରେ ଅର୍ଥ ବରାଦ କରୁଛନ୍ତି । ପର୍ଯ୍ୟଟକମାନଙ୍କ ନିମନ୍ତେ ସରକାରୀ ବ୍ୟୟରେ ରହିବାର ସୁବିଧା ନିମନ୍ତେ ପାନ୍ଥଶାଳା ନିର୍ମାଣ କରାଯାଉଛି । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରତିବର୍ଷ ବିଭିନ୍ନ ସ୍ଥାନକୁ ଭ୍ରମଣ କରି ଯିବାରେ ସରକାରଙ୍କ ତରଫରୁ କିଛି କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଛି । ସରକାରୀ ସାହାଯ୍ୟ ନମିଳିଲେ ସୁଦ୍ଧା ଛାତ୍ର ଓ ଶିକ୍ଷକମାନେ ନିଜ ବ୍ୟୟରେ ନୂତନ ନୂତନ ସ୍ଥାନ ଭ୍ରମଣରେ ଆଗ୍ରହୀ ହେଉଛନ୍ତି । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର କେବଳ ଦୃଷ୍ଟିକୋଣ ସଂପ୍ରସାରିତ ହେଉନାହିଁ, ସେମାନଙ୍କର ଯଥେଷ୍ଟ ପ୍ରତ୍ୟକ୍ଷ ଅନୁଭୂତି ଲାଭ ହେଉଛି ।
ଶେଷକଥା : ଅସୀମର ଆହ୍ଵାନ ଏବଂ ଅଜ୍ଞାତର ଅନୁସନ୍ଧିସ୍ଥା ମନୁଷ୍ୟକୁ ଯୁଗେ ଯୁଗେ ଅନୁପ୍ରେରିତ କରିଛି ଦୁଃସାହସିକ ଅଭିଯାନରେ ବହିର୍ଗତ ହେବାକୁ । ମନୁଷ୍ୟ କେତେ ଶୂପଦସଙ୍କୁଳ ଦୁର୍ଗମ ପଥକୁ ଅତିକ୍ରମ କରିଛି, କେତେ ନିଘଞ୍ଚ ଅରଣ୍ୟକୁ ଭେଦ କରିଛି । କ୍ଷୁଧା, ତୃଷା ଏବଂ ଶାରୀରିକ କ୍ରେଣୁ ଭୁକ୍ଷେପ ନ କରି ବାହାରି ଯାଇଛି ଦୁର୍ବାର ଅଭିଯାତ୍ରାରେ । ଫଳରେ ଆଫ୍ରିକାଭଳି ତମସାଛନ୍ନ ମହାଦେଶରେ ସଭ୍ୟତାର ଆଲୋକ ବିକୀର୍ଣ ହୋଇଛି; ଜନମାନବ ଶୂନ୍ୟ ଶୀତଳ ମେରୁ ପ୍ରଦେଶରେ ମନୁଷ୍ୟର କଣ୍ଡର ପ୍ରତିଧ୍ବନିତ ହୋଇଛି, ପୁଣି ହିମାଳୟର ଉଭୁଙ୍ଗ ଗିରିଶୃଙ୍ଗ ଉପରେ ବିଜୟ ବାନା ଉଡ଼ୀୟମାନ ହୋଇଛି । ତଥାପି ମନୁଷ୍ୟର ତୃଷ୍ଠା ମେଣ୍ଟି ନାହିଁ । ସେ ଆଜି ଦେଶ ବିଦେଶ ଓ ପୃଥିବୀର ସୀମା ଅତିକ୍ରମ କରି ଗ୍ରହ ଗ୍ରହାନ୍ତରରେ ପର୍ଯ୍ୟଟନ କରିବାର ଆକାଂକ୍ଷା ପୋଷଣ କରିଛି । ।
COMMENTS