Essay on Importance of Newspaper in Odia Language : In this article " ସମ୍ବାଦପତ୍ର ପଠନର ଉପଯୋଗିତା ରଚନା ", " Sambad Patra Essay ...
Essay on Importance of Newspaper in Odia Language: In this article "ସମ୍ବାଦପତ୍ର ପଠନର ଉପଯୋଗିତା ରଚନା", "Sambad Patra Essay in Odia for students of class 5, 6, 7, 8, 9, and 10.
Odia Essay on "Importance of Newspaper", "ସମ୍ବାଦପତ୍ର ପଠନର ଉପଯୋଗିତା ରଚନା" for Students
ଉପକ୍ରମ : ରାତ୍ରିର ନିଦ୍ରା ଶେଷରେ ପ୍ରତି ପ୍ରାତଃରେ ସମ୍ବାଦପତ୍ର ଦେହରେ ହିଁ ଚଳଚଞ୍ଚଳ ପୃଥିବୀର । ନାଡ଼ି ସ୍ପନ୍ଦିତ ହୁଏ ଏବଂ କୋଟି କୋଟି ପ୍ରାଣର ଉଦ୍ଗ୍ରୀବ ପ୍ରତୀକ୍ଷାରେ ତାହା ଆଣିଦିଏ ଚରମ ସାନ୍ବନା । ଆଧୁନିକ ଶିକ୍ଷିତ ମାନବ ଚାହେଁ ନାହିଁ ନିଜର ଚିନ୍ତା ଓ ଚେତନାକୁ ତା’ର ସୀମିତ ପରିସର ମଧ୍ୟରେ ଆବଦ୍ଧ କରି ରଖୁବାକୁ । ତା’ର ଦୃଷ୍ଟି ହେଉଛି ବିଶ୍ୱମୁଖୀ ଏବଂ ପ୍ରତି ମୁହୁର୍ଭରେ ଘଟି ଯାଉଥିବା ଅସଂଖ୍ୟ ଘଟଣା ଓ ଦୁର୍ଘଟଣା ସହିତ ସେ ପରିଚିତ ହେବାକୁ ବ୍ୟାକୁଳ । ସେଇଥିପାଇଁ ଆଧୁନିକ ବିଶ୍ୱର ମାନବ ପକ୍ଷେ ସମ୍ବାଦପତ୍ର ହୋଇପଡ଼ିଛି ଏକ ଅପରିହାର୍ଯ୍ୟ ବସ୍ତୁ ।
ସମ୍ବାଦପତ୍ରର ଇତିହାସ : ସମ୍ବାଦପତ୍ରର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ, ଚୀନ ଦେଶ ହିଁ ହେଉଛି ଏହାର ପ୍ରଥମ ଜନ୍ମଦାତା । ଇଉରୋପୀୟ ଦେଶମାନଙ୍କ ମଧ୍ୟରେ ପ୍ରାୟ ୪୦୦ ବର୍ଷ ପୂର୍ବେ ଇଟାଲୀର ଭେନିସ ନଗରୀରେ ସର୍ବପ୍ରଥମ ସମ୍ବାଦପତ୍ର ଆତ୍ମପ୍ରକାଶ କରିଥିଲା ବୋଲି କୁହାଯାଏ । ଭାରତରେ ସର୍ବପ୍ରଥମେ ୧୭୮୦ ମସିହାରେ ମିଶନାରୀମାନଙ୍କ ଉଦ୍ୟମରେ କଲିକତା ନିକଟବର୍ତ୍ତୀ ଶ୍ରୀରାମପୁରରୁ ‘ବେଙ୍ଗଲ ଗେଜେଟ୍' ନାମରେ ଗୋଟିଏ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ଓଡ଼ିଶାରେ ମଧ୍ୟ ମିଶନାରୀମାନେ ଥିଲେ ଏ କ୍ଷେତ୍ରରେ ପଥ ପ୍ରଦର୍ଶକ । ୧୮୫୬ ମସିହାରେ କଟକର ମିଶନ ପ୍ରେସର ‘ପ୍ରବୋଧ ଚନ୍ଦ୍ରିକା’ ନାମରେ ଗୋଟିଏ । ସମ୍ବାଦଧର୍ମୀ ମାସିକ ପତ୍ରିକା କିଛି ଦିନ ପାଇଁ ପ୍ରକାଶ ପାଇ ଇତିହାସ ସୃଷ୍ଟି କରିଥିଲା । ନଅଙ୍କ ଦୁର୍ଭିକ୍ଷ ପରେ ୧୮୬୬ ମସିହାରେ କଟକରୁ ଗୌରୀଶଙ୍କର ରାୟଙ୍କ ସଂପାଦନାରେ ଉତ୍କଳ ଦୀପିକା’ ନାମରେ ଗୋଟିଏ ସାପ୍ତାହିକ ସମ୍ବାଦପତ୍ର ବହୁଦିନ ପର୍ଯ୍ୟନ୍ତ ପ୍ରକାଶ ପାଇ ଇତିହାସ ସୃଷ୍ଟି କରିଥିଲା । ଏହା ଥିଲା ଏକ ବିବଦ୍ଧ ସମ୍ବାଦପତ୍ର । ଏବେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଛୋଟବଡ଼ ପ୍ରାୟ ୪୦ଟି ଦୈନିକ ସମ୍ବାଦପତ୍ର ପ୍ରକାଶ ପାଉଥିବାର ଜଣାଯାଇଛି ।
ସମ୍ବାଦପତ୍ର ଓ ଆଧୁନିକ ଜୀବନ : ଆଜି ସଭ୍ୟତାର ପ୍ରାଣ ପ୍ରବାହ ବହୁପଥ ଦେଇ ପ୍ରବାହିତ । ଜ୍ଞାନ ବିଜ୍ଞାନର ବିକାଶ ଫଳରେ ଏହି ବିଶାଳ ବିଶ୍ୱର ପରିସର କ୍ରମେ ସଂକୁଚିତ ହେବା ସଙ୍ଗେ ସଙ୍ଗେ ମନୁଷ୍ୟର ବ୍ୟକ୍ତିଗତ ଜୀବନ ଅଧୁକରୁ ଅଧୁକ ସଂପ୍ରସାରିତ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସମ୍ବାଦପତ୍ର ସାମାଜିକ, ରାଜନୀତିକ ତଥା ରାଷ୍ଟ୍ରୀୟ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନିଜକୁ ଅଧୁଷ୍ଠିତ କରି ତା’ର ହୃତପିଣ୍ଡ ଭଳି କାର୍ଯ୍ୟ କରୁଛି । ଶିକ୍ଷାନୀତି, ସମାଜନୀତି, ରାଷ୍ଟ୍ରନୀତି ଓ ବାଣିଜ୍ୟନୀତି ସର୍ବତ୍ର ରହିଛି ସମ୍ବାଦପତ୍ରର ଭୂମିକା । ହୋଟେଲ ଓ ଚା’ ଦୋକାନଠାରୁ ଆରମ୍ଭ କରି ମନ୍ତ୍ରୀ ଓ ରାଷ୍ଟ୍ରନେତାଙ୍କର ଶୟନାଗାର ପର୍ଯ୍ୟନ୍ତ ନିଜର ଉପାଦେୟତା ବଳରେ ସବୁଠାରେ ସେ ସ୍ଥାନ ଲାଭ କରିଛି । ସମାଜ ଓ ସଭ୍ୟତାର କ୍ରମ ବିକାଶ ଫଳରେ ମନୁଷ୍ୟର ଚିନ୍ତାରାଜ୍ୟରେ ଆଜି ଆସିଛି ଏକ ଯୁଗାନ୍ତର ଏବଂ ସେହି କାରଣରୁ ତା’ର ଜିଜ୍ଞାଗୁ ପ୍ରାଣ ବ୍ୟଗ୍ର ହୋଇ ଉଠିଛି ବିଶ୍ଵକୁ ଜାଣିବାକୁ ଏବଂ ବିଶ୍ୱ ସମ୍ମୁଖରେ ନିଜକୁ ଜଣାଇବାକୁ ।
ସମ୍ବାଦପତ୍ରର ଉପାଦେୟତା : ସମ୍ବାଦପତ୍ର ଦିନେ ପାହାନ୍ତି ଗଗନର ଶୁକ୍ରତାରା ସଦୃଶ ପ୍ଲାନ ଆଲୋକ ନେଇ ଆବିର୍ଭୂତ ହୋଇଥିଲା । ଆଜି କିନ୍ତୁ ତାହା ମଧାହ୍ନ ସୂର୍ଯ୍ୟର ଉଜ୍ବଳ ଆଲୋକରେ ଦୀପ୍ତିମାନ । ଦିନେ ତାହାର ବ୍ୟାପ୍ତି କେବଳ ସମ୍ବାଦପତ୍ର ପରିବେଷଣ ମଧ୍ୟରେ ସୀମିତ ଥିଲା । ଆଜି କିନ୍ତୁ ସେ ହେଉଛି ଜାତିର ଜୀବନ ମରଣର ଶ୍ରେଷ୍ଠ ଅଭିଲେଖ । ପୃଥିବୀର ୬୦୦ କୋଟିରୁ ଉର୍ଦ୍ଧ ଜନଗଣଙ୍କ ପାଇଁ ସମ୍ବାଦପତ୍ର ସାଜିଛି ବାର୍ଭାବହ । ଦୈତ୍ୟ ପରେ ସେ ଦେବଦୂତର କାର୍ଯ୍ୟ କରି ମାନବ ସମାଜର ଅଶେଷ କଲ୍ୟାଣ ସାଧନ କରୁଛି । ଆଜି ଭାରତର ବିଭିନ୍ନ ପ୍ରାନ୍ତରେ, ବିଭିନ୍ନ ଭାଷାରେ ସହସ୍ର ସଂଖ୍ୟାରେ ଦୈନିକ, ସାପ୍ତାହିକ ଓ ପାକ୍ଷିକ ସମ୍ବାଦପତ୍ର ପ୍ରକାଶ ପାଇ କୋଟି କୋଟି ପାଠକଙ୍କର ଆତିଥେୟତା ଲାଭ କରିଛି । ପୃଥିବୀର ତାହା ହେଉଛି ଏକ ଶକ୍ତିଶାଳୀ ଗଣମାଧ୍ୟମ ।
ସମ୍ବାଦ ପରିବେଷଣ ବ୍ୟତୀତ ଶିକ୍ଷା, ସାହିତ୍ୟ, ରାଜନୀତି, ବାଣିଜ୍ୟ, ବିଜ୍ଞାନ, ବିଜ୍ଞାପନ, କ୍ରୀଡ଼ା କୌତୁକ, ଚିତ୍ର ଶିଳ୍ପ, ମଞ୍ଚ ଶିଳ୍ପ ଇତ୍ୟାଦି ସମସ୍ତ କ୍ଷେତ୍ରରେ ସମ୍ବାଦପତ୍ର ନିଜର ବହୁମୁଖୀ ଉପାଦେୟତାକୁ ପ୍ରମାଣିତ କରିଛି । ପ୍ରତି ପ୍ରାତଃରେ ଏହି ସର୍ବଦୂତ ଆମ୍ଭମାନଙ୍କ ସମୁଖରେ ରୂପର ଏକ ନୂତନ ସମ୍ଭାର ଘେନି ଉପସ୍ଥିତ ହୁଏ । ବିଶ୍ୱର ରାଜନୈତିକ ଆଲୋଡ଼ନ, ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଆକ୍ରମଣ ବା ଅନାକ୍ରମଣ ଚୁକ୍ତି, ସନ୍ତ୍ରାସବାଦୀ ସଂଘର୍ଷ, ପ୍ରାକୃତିକ ଦୁର୍ବିପାକ, ବିଜ୍ଞାନ ଜଗତର ବିସ୍ମୟକର ସାଫଲ୍ୟ, ଚିକିତ୍ସା ଜଗତରେ ମୃତ ସଂଜୀବନୀ ସଦୃଶ ଦୁଃସାଧ୍ୟ ରୋଗର ନିରାକରଣ ନିମନ୍ତେ ନବୀନ ଉପାୟର ଉଭାବନ, ପ୍ରତିଯୋଗୀ କ୍ରୀଡ଼ାବିତ୍ମାନଙ୍କର ସାଫଲ୍ୟ, ବିଶ୍ୱ ସୁନ୍ଦରୀ ବା ବ୍ରାହ୍ମାଣ୍ଡ ସୁନ୍ଦରୀମାନଙ୍କର ପ୍ରତିଯୋଗିତାର ଉସୁକତାପୂର୍ଣ ବିବରଣୀ, ରାଷ୍ଟ୍ରର ନୂତନ ନୀତି ନିୟମ,ଆଇନ୍କାନୁନ୍ ଓ ଯୋଜନାର ରୂପରେଖ, ଦୁର୍ନୀତି ଅନୀତି, ଆପରି ଅଭିଯୋଗ, ପାଗବାର୍ତ୍ତା, ବିଜ୍ଞାପନ, ଦୂରଦର୍ଶନ ଓ ଆକାଶବାଣୀ କାର୍ଯ୍ୟକ୍ରମ, ସରକାରଙ୍କ ଇସ୍ତାହାର ଓ ବିଜ୍ଞାପନ ଇତ୍ୟାଦି ବହୁବିଧ ଓ ବହୁ ବର୍ଷର ସମ୍ଭାରରେ ଏହା ଶ୍ରୀମଣ୍ଡିତ ହୋଇଥାଏ । ଏସବୁ ହେଉଛି ସଭ୍ୟମାନବର ମାନସିକ ଆହାର । ମନେହୁଏ, ସେ ଏଇ ଆହାରର ଅଭାବରେ ସତେ ଯେପରି ଜୀର୍ଣ୍ଣ ଓ ରୁଗଣ ହୋଇଯିବ ।
ଜନମତ ନିୟନ୍ତ୍ରଣ ଓ ସମ୍ବାଦପତ୍ର : ଜନମତ ନିୟନ୍ତ୍ରଣ ଦିଗରେ ସମ୍ବାଦପତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ଉଦ୍ଦେଶ୍ୟରେ ଦେଶର ଭିନ୍ନ ଭିନ୍ନ ରାଜନୈତିକ ନେତାଙ୍କ ପୃଷ୍ଠପୋଷକତାରେ ଭିନ୍ନ ଭିନ୍ନ ସମ୍ପାଦପତ୍ର ପ୍ରକାଶିତ ହୋଇଥାଏ । ଏହାରି ଜରିଆରେ ସେମାନେ ନିଜ ମତକୁ ପ୍ରଚାର କରିବାର ସୁଯୋଗ ପାଆନ୍ତି । ରାଜନୈତିକ ଦଳମାନେ ନିଜର ସ୍ୱତନ୍ତ୍ର ମତକୁ ସମ୍ବାଦପତ୍ର ଜରିଆରେ ଲୋକ ସମ୍ମୁଖରେ ଉପସ୍ଥାପିତ କରି ଜନମତକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥାଆନ୍ତି । ଏ କ୍ଷେତ୍ରରେ ସମ୍ପାଦକ ତଥା ସାମ୍ବାଦିକମାନେ ସେମାନଙ୍କର ଗୁରୁ ଦାୟିତ୍ବକୁ ହୃଦୟଙ୍ଗମ କରି ନିରପେକ୍ଷତା ଅବଲମ୍ବନ କରି ନପାରିଲେ ତାହା ଜାତୀୟ ଜୀବନରେ ଘୋର ବିପର୍ଯ୍ୟୟ ସୃଷ୍ଟି କରେ । ସେମାନେ ଇଚ୍ଛାକଲେ ସତ୍ୟ, ଶିବ, ସୁନ୍ଦରକୁ ବିକୃତ ବିକଳାଙ୍ଗ କରି ଜନସମାଜକୁ ବିଭ୍ରାନ୍ତ କରି ନିଜର ସ୍ବାର୍ଥସାଧନ କରିପାରନ୍ତି । ଅପର ପକ୍ଷରେ ସେମାନେ ନିର୍ମଳ, ନିରପେକ୍ଷ ଏବଂ ନିରାଟ ସତ୍ୟବାଣୀ ଶୁଣାଇ ବିଶ୍ୱକୁ କଲ୍ୟାଣମଣ୍ଡିତ କରି ସମାଜକୁ ଉଚିତ୍ ମାର୍ଗ ନିର୍ଦ୍ଦେଶ କରିପାରନ୍ତି । ମନୁଷ୍ୟ ଯଦି ସତ୍ୟନିଷ୍ଠ ଭାବରେ ଜୀବ ଧର୍ମର ଆଦର୍ଶ ଅନୁସରଣ କରେ, ତେବେ ତା’ର ଜୀବନ ସରସ, ସୁନ୍ଦର ଓ ସୁଖଦ ହୁଏ । ଆଜି କିନ୍ତୁ ମିଥ୍ୟ, କପଟାଚାର ଏବଂ ଶତାରୂପକ ବିଷକୀଟ ସାମ୍ବାଦିକତା ମଧ୍ୟରେ ପ୍ରବେଶ କରି ସମାଜକୁ ବିଷମୟ କରି ପକାଇଛି । ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଦ୍ବନ୍ଦ, କଳହ, ପାରସ୍ପରିକ ମନୋମାଳିନ୍ୟ ତଥା ଭୁଲ ବୁଝାମଣା ଇତ୍ୟାଦି ମୂଳରେ ସ୍ଵାର୍ଥଵେଷୀ ସାମ୍ବାଦିକମାନଙ୍କର ଅସାଧୁତା ହିଁ ବେଳେ ବେଳେ କାରଣ ହୋଇଥାଏ । ଗଣତାନ୍ତ୍ରିକ ସମାଜରେ ସମ୍ବାଦପତ୍ରଗୁଡିକ ଧନୀ ଓ ପୁଞ୍ଜିପତିମାନଙ୍କର ପାଶୁପତ ଅସ୍ତ୍ର ସାଜି ଜନମତକୁ ବିଭ୍ରାନ୍ତ କରିଥାଏ । ସଭ୍ୟମାନବର ଜାଗ୍ରତ ଚୈତନ୍ୟକୁ ସମୋହିତ କରି ସେମାନେ ଚାହାନ୍ତି ନିଜର ନିରଙ୍କୁଶ ଆଧୁପତ୍ୟକୁ ବଜାୟ ରଖିବାକୁ । ଜନମତକୁ ନିଜ ନିୟନ୍ତ୍ରଣରେ ରଖୁବା ପାଇଁ କେତେକ ରାଷ୍ଟ୍ର ସରକାରୀ ପରିଚାଳନାରେ ସମ୍ବାଦପତ୍ର ପ୍ରକାଶ କରିଥାଆନ୍ତି ।
ସମ୍ବାଦପତ୍ର ଓ ସାହିତ୍ୟ : ସମ୍ବାଦପତ୍ରର ସମ୍ବାଦ ମୂଲ୍ୟ ସହିତ ସାହିତ୍ୟିକ ମୂଲ୍ୟ କୌଣସି ରୂପେ ନ୍ୟୁନ ନୁହେଁ । ସମ୍ବାଦ ପରିବେଷଣରେ ଉପଯୁକ୍ତ ଶୈଳୀ ଓ ରୁଚିପୂର୍ଣ୍ଣ ତଥା ମାର୍ଜିତ ଭାଷା ନ ରହିଲେ ତାହା ସୁପାଠ୍ୟ ହୁଏନାହିଁ । ଏହା ବ୍ୟତୀତ ସାହିତ୍ୟ ସୃଷ୍ଟିରେ ମଧ୍ୟ ସମ୍ବାଦପତ୍ରର ଭୂମିକା ନ୍ୟୁନ ନୁହେଁ । ସାପ୍ତାହିକ ସଂଖ୍ୟା, ରବିବାସରୀୟ କ୍ରୀଡ଼ପତ୍ର, ବିଭିନ୍ନ ଅବସରରେ ପ୍ରକାଶ ପାଉଥିବା ବିଶେଷାଙ୍କରେ ସମ୍ବାଦ ଓ ସମୀକ୍ଷା ସହିତ ଗଳ୍ପ, କବିତା, ପ୍ରବନ୍ଧ, ଆଲୋଚନା ଇତ୍ୟାଦି ପ୍ରକାଶ ପାଇ ପାଠକମାନଙ୍କର ସାହିତ୍ୟ ରୁଚିକୁ ପରିତୁଷ୍ଟ କରିଥାଏ । ତା ସହିତ ପ୍ରତିଷ୍ଠିତ ଲେଖକ ଲେଖିକାମାନଙ୍କୁ ସମ୍ବାଦପତ୍ର ଜରିଆରେ ପାଠକମାନଙ୍କ ନିକଟରେ ପରିଚିତ କରାଇ ଦିଆଯାଇଥାଏ । ନବୀନ ଲେଖକ ଲେକାମାନେ ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠାରେ ଆତ୍ମପ୍ରକାଶ କରି ସାଧନାମୟ ଉତ୍ତର ଜୀବନପାଇଁ ପ୍ରୋତ୍ସାହନ ଲାଭକରି ଥାଆନ୍ତି ।
ଶେଷକଥା : ଏହି ବିଶ୍ବ କଲ୍ୟାଣର ଉପାଦେୟ ତଥା ଶକ୍ତିଶାଳୀ ଗଣମାଧ୍ୟମର ପ୍ରତିଦ୍ବନ୍ଦ୍ ହେଉଛି ଏ ଯୁଗର ଦୂରଦର୍ଶନ, ବେତାର ତଥା ଇଣ୍ଟରନେଟ । ଏହି ମାଧ୍ୟମ ଜରିଆରେ ଦ୍ରୁତତର ଭାବେ ସମ୍ବାଦ ପରିବେଷଣ କରାଯାଉଥିବାରୁ ସମ୍ବାଦପତ୍ରର ଉପାଦେୟତା କେତେକ ପରିମାଣରେ ହ୍ରାସ ପାଇଛି । ଦୂରଦର୍ଶନର କେତେକ ଚାନେଲରେ ଦିନରାତି କେବଳ ସମ୍ବାଦ ପରିବେଷଣ କରାଯାଉଛି । ତଥାପି ଶୁଣିଥିବା ସମ୍ବାଦକୁ ମୁଦ୍ରିତ ଆକାରରେ ହାତରେ ଧରି ପାଠ କରିବା ଏବଂ ତାକୁ ପ୍ରମାଣିତ ଭାବେ ସାଇତି ରଖୁବା ନିମନ୍ତେ ସମ୍ବାଦପତ୍ରର ଆବଶ୍ୟକତା ଅପରିହାର୍ଯ୍ୟ ଅଟେ । ସମ୍ବାଦପତ୍ର ହେଉଛି ନିତ୍ୟ ପରିବର୍ତ୍ତନଶୀଳ ଜଗତର ଆଲେଖ୍ୟ । ତାହା ଶସ୍ତା, ସହଜଲଭ୍ୟ ଓ ଜଣେ ସ୍ୱଳ୍ପ ଆୟକାରୀ ବ୍ୟକ୍ତି ସେଥିରୁ ଖଣ୍ଡିଏ କିଣି ପାଠ କରିପାରିବ । ସେଥିପାଇଁ ତାହା ଆଜି ଏତେ ଉପାଦେୟ ତଥା ଲୋକପ୍ରିୟ ।
COMMENTS