Essay on Book Selection in Odia Language : In this article " ପୁସ୍ତକ ନିର୍ବାଚନ ରଚନା ", " Pustak Nirbachon Rachna in Odia for s...
Essay on Book Selection in Odia Language: In this article "ପୁସ୍ତକ ନିର୍ବାଚନ ରଚନା", "Pustak Nirbachon Rachna in Odia for students of class 5, 6, 7, 8, 9, and 10.
Odia Essay on "Book Selection", "ପୁସ୍ତକ ନିର୍ବାଚନ ରଚନା" for Students
ଉପକ୍ରମ : ଆଧୁନିକ ଯୁଗରେ ଜ୍ଞାନପିପାସୁ ଶିକ୍ଷିତ ମାନବ ପକ୍ଷେ ପୁସ୍ତକ ହେଉଛି ଏକ ମହାମୂଲ୍ୟ ସଂପଦ । ଜ୍ଞାନଦୀପ୍ତିରେ ଜାଜ୍ଜଲ୍ୟମାନ ଏହି ଅମୂଲ୍ୟ ରଟି ସହିତ ଜଗତର କୌଣସି ପାର୍ଥିବ ଐଶ୍ଵର୍ଯ୍ୟ ତୁଳନୀୟ ନୁହେଁ । ବହୁ ବର୍ଣ୍ଣ, ବହୁ ରୂପ ଏବଂ ବହୁବିଧ ଭାବସଂପଦକୁ ନେଇ ଏହା ମନୁଷ୍ୟର ଚିନ୍ତା ଓ ଚେତନାକୁ ଉଜ୍ଜୀବିତ କରିଥାଏ । ଲିଖନକଳାର ଉଭବ ହେବା ପୂର୍ବରୁ ଅତୀତର ତତ୍ତ୍ୱଦର୍ଶୀ, ଚିନ୍ତାଶୀଳ ମନୀଷୀମାନଙ୍କର ସାଧନାଲବଧ ତତ୍ତ୍ବ ଏବଂ ତଥ୍ୟଗୁଡ଼ିକ କେବଳ ସ୍ମୃତିସଞ୍ଚିତ ହୋଇ ରହିଥିଲା । ସେଥିପାଇଁ ପୃଥିବୀର ସର୍ବପ୍ରାଚୀନ ସାରସ୍ଵତ କୃତି ବେଦକୁ ‘ସୃତି’ ବୋଲି କୁହାଯାଏ । ପରବର୍ତ୍ତୀ କାଳରେ ଏଗୁଡ଼ିକୁ ମୃତପାତ, ତାମ୍ରଫଳକ, ପ୍ରସ୍ତରଗାତ୍ର, ଭୂର୍ଜପତ୍ର ଓ ତାଳପତ୍ର ଦେହରେ ଲିପିବଦ୍ଧ ହେଲା । ଆଧୁନିକ ଯୁଗରେ ବିଜ୍ଞାନର ବିକାଶ ସହିତ ମୁଦ୍ରାଯନ୍ତ୍ରର ପ୍ରସାର ଫଳରେ ଲିଖନ ଓ ମୁଦ୍ରଣ କାର୍ଯ୍ୟ ସହଜ ଓ ସୁଗମ ହୋଇଉଠିଛି । ତା' ଫଳରେ ପ୍ରତିଦିନ ପୃଥିବୀର ବିଭିନ୍ନ ଭାଷାରେ ଲକ୍ଷ ଲକ୍ଷ ପୁସ୍ତକ ମୁଦ୍ରିତ ହୋଇ ଜ୍ଞାନ ରାଜ୍ୟରେ ଏକ ବିପ୍ଳବ ସୃଷ୍ଟି କରିଛି ।
ପୁସ୍ତକ ନିର୍ବାଚନର ଆବଶ୍ୟକତା : ମନୁଷ୍ୟର ସ୍ୱଳ୍ପ ଜୀବନକାଳ ମଧ୍ୟରେ ଚିନ୍ତାଶୀଳ ମନୀଷୀମାନଙ୍କ ଦ୍ବାରା ଲିଖୁତ ଅସୁମାରି ଗ୍ରନ୍ଥକୁ ପଢ଼ି ଶେଷ କରିବା କେବେ ସମ୍ଭବପର ନୁହେଁ । ଆଜି ଆଉ ଗ୍ରନ୍ଥ, ଗ୍ରନ୍ଥାଗାର ଓ ଗ୍ରନ୍ଥକାରଙ୍କ ସଂଖ୍ୟା ସୀମିତ ହୋଇ ରହିନାହିଁ । ପୁସ୍ତକର ରାଜ୍ୟ କ୍ରମେ ବିଶାଳରୁ ବିଶାଳତମ ହେବାକୁ ଯାଉଛି । ସୁତରାଂ ଜ୍ଞାନପିପାସୁ ପ୍ରାଣକୁ ପରିତୃପ୍ତ କରିବା ନିମନ୍ତେ କେବଳ ସୁନିର୍ବାଚିତ ପୁସ୍ତକ ଅଧ୍ୟୟନ ଏକାନ୍ତ ଆବଶ୍ୟକ । ଗ୍ରନ୍ଥ ମାତ୍ରେ ଯେ ଜ୍ଞାନର ଆକର ଏହା ଭାବିବା ସମୀଚୀନ ନୁହେଁ । ଏଭଳି ବହୁ ପୁସ୍ତକ ଅଛି, ଯେଉଁଗୁଡ଼ିକ ମନୁଷ୍ୟର ନୈତିକତା ବିରୋଧୀ ଏବଂ କ୍ଷତିକାରକ । ଏଗୁଡ଼ିକ ପାଠକଲେ ମନୁଷ୍ୟର ଜ୍ଞାନାର୍ଜନର ମହତ ଆକାଂକ୍ଷା ବିର୍ଭୂତ ହେବା ସଙ୍ଗେ ସଙ୍ଗେ ମନ କଳୁଷିତ ଏବଂ ବିଷାକ୍ତ ହୋଇପଡ଼େ । ପୁନଶ୍ଚ ଆମ୍ଭମାନଙ୍କର ଯୋଗ୍ୟତା, ବୃତ୍ତି ଏବଂ ବୟସର ବିଚାର ଅନୁଯାୟୀ କେଉଁ କେଉଁ ପ୍ରକାର ପୁସ୍ତକ ଆମ ପାଇଁ ଉପଯୋଗୀ, କେଉଁଗୁଡ଼ିକ ନୁହେଁ, ତାହାକୁ ଉରମଭାବେ ବିବେଚନା ନକଲେ ଜୀବନର ଲକ୍ଷ୍ୟ ଏବଂ ଅଭିଳାଷ ଅସମ୍ପୂର୍ଣ୍ଣ ରହିଯିବାର ଆଶଙ୍କା ଥାଏ ।
ପୁସ୍ତକ ପାଠର ଉପାଦେୟତା : ଶିକ୍ଷିତ ମାନବ ବହୁମୁଖୀ ଉଦ୍ଦେଶ୍ୟ ନେଇ ପୁସ୍ତକ ପାଠ କରେ । ଜ୍ଞାନାର୍ଜନକୁ ସୁଳତଃ ମୁଖ୍ୟ ଉଦ୍ଦେଶ୍ୟ ରୂପେ ଗ୍ରହଣ କରାଗଲେ ମଧ୍ୟ ଅର୍ଥ ଉପାର୍ଜନ ଏବଂ ଚିତ୍ତବିନୋଦନର ଆକାଂକ୍ଷା ଏଥିସହିତ ସଂଶ୍ଚିଷ୍ଟ । କଠୋର ଶାରୀରିକ ଶ୍ରମ ବା ଗଭୀର ମାନସିକ ଅଧୟନ ଶେଷରେ ଗଳ୍ପ, ଉପନ୍ୟାସ ଏବଂ କବିତା ଭଳି ରସାଳ ସାହିତ୍ୟ ପାଠକରି ଚିତ୍ତବିନୋଦନ କରିବା ଆଧୁନିକ ସଭ୍ୟ ଜୀବନରେ ଏକ ସାର୍ବଜନୀନ ଲକ୍ଷଣ ରୂପେ ଦେଖାଦେଇଛି । ଅପର ପକ୍ଷରେ ସହସ୍ର ସହସ୍ର ସଂଖ୍ୟାରେ ଶସ୍ତା ଓ ଅର୍ଥହୀନ ଉପନ୍ୟାସ, ଗନ୍ଧ ଏବଂ କବିତା ପୁସ୍ତକ ପ୍ରଣୀତ ହେଉଛି । ଏହାଦ୍ୱାରା କେବଳ ମନୁଷ୍ୟ ସାମୟିକ ଆମୋଦ ଅନୁଭବ କରୁଛି । ସବୁ ଦେଶରେ ଏବଂ ସବୁ ଯୁଗରେ ସଭ୍ୟ ମାନବ ଆପଣାର ମାନସିକ ବିକାଶ ଓ ପରିପୁଷ୍ଟି ଲାଗି ଭାବକୈନ୍ଦ୍ରିକ ଓ ଚିନ୍ତାଦ୍ୟୋତକ ଗ୍ରନ୍ଥ ନିର୍ବାଚନ କରିଥାଏ । ଗବେଷଣା କାର୍ଯ୍ୟରେ ବ୍ୟାପୃତ ଥିବା ପରିଶ୍ରାନ୍ତ ବିଜ୍ଞାନ ଛାତ୍ର ସାହିତ୍ୟ ଆଲୋଚନା ଦ୍ଵାରା ଆନନ୍ଦ ଲାଭ କରୁଥିବା ସୁଲେ ସାହିତ୍ୟସେବୀ ପାଠକମାନେ ବିଜ୍ଞାନ ସମ୍ପର୍କୀୟ ପୁସ୍ତକ ପାଠକରି ବିଶ୍ୱଜଗତର କାର୍ଯ୍ୟ କାରଣ ସମ୍ବନ୍ଧରେ ସମ୍ୟକ ଜ୍ଞାନ ଲାଭ କରନ୍ତି । ତେଣୁ ସମସ୍ତ ଶ୍ରେଣୀର ଛାତ୍ରଙ୍କ ପାଇଁ ପୁସ୍ତକ ପଠନ ଏକାନ୍ତ ଉପଯୋଗୀ ।
ନିର୍ବାଚନ ପଦ୍ଧତି : ମାନବ ଜୀବନ ଉପରେ ପୁସ୍ତକ ପାଠର ପ୍ରଭାବ ଅତ୍ୟନ୍ତ ବ୍ୟାପକ ଅଟେ । ସଭ୍ୟ ମାନବର ଭବିଷ୍ୟତ ଜୀବନ ଏହାରି ଉପରେ ଆଶ୍ରିତ ହୋଇ ଗଢ଼ିଉଠେ । ମାନବ ଶିଶୁର ମନ ମଧ୍ୟରେ ଜ୍ଞାନ ବିଜ୍ଞାନ, ଶିଳ୍ପ କଳା ଏବଂ କାବ୍ୟ ସାହିତ୍ୟ ଇତ୍ୟାଦି ସହିତ ପରିଚିତ ହେବାର ଯେଉଁ ଦୁର୍ନବାର ଆକାଂକ୍ଷା ଥାଏ, ତାକୁ ସୁନିର୍ବାଚିତ ପୁସ୍ତକ ଜରିଆରେ ପୂରଣ କରାନଗଲେ ତା’ର ଫଳ ବିଷମୟ ହୁଏ । ବୟସ ଏବଂ ଯୋଗ୍ୟତାର ତାରତମ୍ୟ ନେଇ ପୁସ୍ତକଗୁଡ଼ିକର ଶ୍ରେଣୀ ବିଭାଗ କରି ସେଥିରୁ କେବଳ ଉପଯୋଗୀ ରଚନାଗୁଡ଼ିକ ପାଠ କରିବାକୁ ହେବ । ଛାତ୍ରମାନଙ୍କ ପକ୍ଷେ ନିର୍ଦ୍ଧାରିତ ପାଠ୍ୟ ପୁସ୍ତକର ବାହାରେ ଚରିତ୍ର ଗଠନ ଉପଯୋଗୀ ନୀତିମୂଳକ ଗ୍ରନ୍ଥ ପାଠ କରିବା ଉଚିତ୍ । ଜୀବନ ଗଠନର ଏହି ପର୍ଯ୍ୟାୟରେ ମହାପୁରୁଷମାନଙ୍କର ଜୀବନ କାହାଣୀ ଅଧ୍ୟୟନ ଏକାନ୍ତ ଉପଯୋଗୀ । ଆଜିକାଲି ଛାତ୍ରଜୀବନରେ ଅପରାଧମୂଳକ ପୁସ୍ତକ ପଠନ ପ୍ରତି ଯେଉଁ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଛି, ତା’ର ପରୋକ୍ଷ ପ୍ରଭାବ ଅତ୍ୟନ୍ତ କ୍ଷତିକାରକ । ଏହି ରୋମାଞ୍ଚକର ପୁସ୍ତକଗୁଡ଼ିକ ପାଠକଲେ ତାହା ଛାତ୍ରମାନଙ୍କୁ ବେଳେ ବେଳେ ବହୁ ଗୁରୁତର ଅପରାଧମୂଳକ କାର୍ଯ୍ୟରେ ପ୍ରବୃତ୍ତ କରି । ସେମାନଙ୍କୁ ବିପଥଗାମୀ କରିପକାଏ ।
ଆମ ସମାଜର ପ୍ରତ୍ୟେକ ସ୍ତରରେ ଜାତୀୟ ଉନ୍ନତିର ପରିପନ୍ଥୀ କେତେଗୁଡ଼ିଏ ଦୋଷ ଅସ୍ଥିମଜାଗତ ହୋଇ ପଡ଼ିଛି । ଦୀର୍ଘକାଳର ପରାଧୀନତା ବଶତଃ ଆମ ଶିକ୍ଷିତ ସମ୍ପ୍ରଦାୟ ସ୍ୱଭାବତଃ ପାଶ୍ଚାତ୍ୟାଭିମୁଖୀ ଅଟନ୍ତି । ଭାରତବର୍ଷ ଭଳି ଏକ ସୁପ୍ରାଚୀନ ଦେଶର ବିରାଟ ଐତିହ୍ୟପୂର୍ଣ୍ଣ ସଂସ୍କୃତି ସହିତ ଆମର ମାନସିକ ସଂଯୋଗ କ୍ରମଶଃ ଊଣା ହୋଇଯାଉଛି । ସ୍ଵଦେଶର ମୃତ୍ତିକା ସହିତ ପରିଚୟ ନ ଘଟିଲେ ଆମର ଚିନ୍ତାଶକ୍ତି ଦୈନ୍ୟପୀଡ଼ିତ ହେବ । ପୁସ୍ତକ ନିର୍ବାଚନ ସମୟରେ ବିଶ୍ବବିଦ୍ୟାଳୟ ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ଏଥିପ୍ରତି ସଚେତ ହେବା ସର୍ବାଦୌ ବାଞ୍ଛନୀୟ । ଯାହା ଉନ୍ନତ ରୁଚି, ଆଦର୍ଶ ମାନବିକତା, ଉଚ୍ଚତର ମୂଲ୍ୟବୋଧ ତଥା ଜ୍ଞାନବଦ୍ଧନର ପରିପୋଷକ, ସେଇଭଳି ପୁସ୍ତକ ସେମାନଙ୍କ ନିମନ୍ତେ ନିର୍ବାଚିତ ହେବା ଆବଶ୍ୟକ ।
ଆଧୁନିକ ଗଣତାନ୍ତ୍ରିକ ଓ ବ୍ୟକ୍ତି ସ୍ୱତନ୍ତ୍ଯ ଯୁଗରେ ପ୍ରତ୍ୟେକଙ୍କୁ ପୁସ୍ତକ ନିର୍ବାଚନରେ ପୂର୍ଣ୍ଣ ସ୍ଵାଧୀନତା ଦିଆଯିବା ପାଇଁ କେତେକ ଯୁକ୍ତି ଉତ୍ଥାପନ କରନ୍ତି, କିନ୍ତୁ ପରିଣତ ବୟସ ଏବଂ ମାନସିକ ଶକ୍ତିର ପରିପୁଷ୍ଟି ନ ଆସିବା ପର୍ଯ୍ୟନ୍ତ ସ୍ଵାଧୀନ ରୀତିରେ ପୁସ୍ତକ ନିର୍ବାଚନ ଅତ୍ୟନ୍ତ କ୍ଷତିକାରକ ଅଟେ । ବାଳକ ବାଳିକାମାନଙ୍କ ପକ୍ଷେ ଯୌନତତ୍ତ୍ଵ ସମ୍ବଳିତ ପୁସ୍ତକ ଅଧ୍ୟୟନ କରିବା ଉଚିତ୍ କି ଅନୁଚିତ ତାହା ଏବେ ଏକ ଦୃଦ୍ବାତ୍ମକ ବିଷୟରେ ପରିଣତ ହୋଇଛି । ତଥାପି ଉତ୍ତେଜନାମୂଳକ ଶସ୍ତା ସାହିତ୍ୟ ସମ୍ପୂର୍ଣ୍ଣ ବର୍ଜନୀୟ । ତେବେ ପୁସ୍ତକ ପ୍ରଣୟନ ଏବଂ ପ୍ରକାଶନ ଉପରେ ସରକାରୀ ନିୟନ୍ତ୍ରଣ ରଖାଯାଇ ତାହା କେଉଁ ଶ୍ରେଣୀର ପାଠକମାନଙ୍କ ଉପଯୋଗୀ, ସେଥିରେ ନିର୍ଦ୍ଦେଶ ରହିବା ଅବଶ୍ୟ କାମ୍ୟ । ଅପ୍ରାପ୍ତବୟସ୍କ ପାଠକ ପାଠିକାମାନେ ପୁସ୍ତକ ନିର୍ବାଚନ ଦିଗରେ ଶିକ୍ଷକ, ବିଶିଷ୍ଟ ଶିକ୍ଷାବିତ, ଗୁରୁଜନ ଏବଂ ଆଦର୍ଶ ପାଠାଗାରମାନଙ୍କଠାରୁ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ । ଆଧୁନିକ ପାଠାଗାରମାନ ବୈଜ୍ଞାନିକ ପ୍ରଣାଳୀରେ ପୁସ୍ତକର ଶ୍ରେଣୀବିଭାଗ ଏବଂ ତାଲିକା ପ୍ରସ୍ତୁତ କରି ପାଠକମାନଙ୍କର ପୁସ୍ତକ ନିର୍ବାଚନ କାର୍ଯ୍ୟକୁ ସରଳ ଓ ସହଜ କରିବା ଉଚିତ୍ ।
ଶେଷକଥା : ଆଦର୍ଶ ବ୍ୟକ୍ତିର ବ୍ୟକ୍ତିତ୍ବ ଭଳି ପୁସ୍ତକ ମଧ୍ୟ ଆମର ମନ ଏବଂ ଚିନ୍ତାଶକ୍ତିକୁ ପ୍ରଭାବିତ କରିଥାଏ । ବ୍ୟାସ, ବାଲ୍ଲୀକି, କାଳିଦାସ, ଭବଭୂତି, ପାଶ୍ଚାତ୍ୟ କବି ହୋମର, ସେସପିଅର ପ୍ରଭୃତି ତତ୍ତ୍ୱଦର୍ଶୀ ମନୀଷୀଗଣ ପୃଥିବୀରୁ ଅନ୍ତର୍ହିତ ହୋଇ ଯାଇଥିଲେ ମଧ୍ୟ ସେମାନେ ନିଜର ଗ୍ରନ୍ଥ ଜରିଆରେ ପାଠକମାନଙ୍କ ସମ୍ମୁଖରେ ଚିର ଅମର । ଶାଶ୍ବତ ମୂଲ୍ୟବୋଧ ତଥା ଚିରନ୍ତନ ସତ୍ୟର ଉଦ୍ଗାତା ଭାବରେ ସେମାନଙ୍କର ରଚନାବଳୀ ଏବେ ମଧ୍ୟ ମାନବ ସମାଜକୁ ପଥ ପ୍ରଦର୍ଶନ କରୁଅଛି । ତେଣୁ ସତର୍କତାର ସହିତ ପୁସ୍ତକ ନିର୍ବାଚନରେ ଯାହା ମାନବ ଜୀବନର ପ୍ରଜ୍ଞାବଦ୍ଧକ, ଚିନ୍ତାଦ୍ୟୋତକ, ଶାନ୍ତି ଓ ସହନଶୀଳତାର ଉତ୍କର୍ଷ ସାଧକ ସେହିଭଳି ପୁସ୍ତକମାନ ପାଠ କରି ନିଜର ସ୍ଵ ଜୀବନ କାଳକୁ ସାର୍ଥକ କରିବା ଆବଶ୍ୟକ ।
COMMENTS